ବିନା ଅନୁମତିରେ ଆଠଗଡ଼ ପ୍ରବେଶ ମନା

ଆଠଗଡ଼: କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ବିନା ଅନୁମତିରେ ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକକୁ ବାହାର ଜିଲ୍ଲାକୁ କେହି ପ୍ରବେଶ କରିପାରିବେ ନାହିଁ। ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ।

ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ରହିଛି ଖୁଣ୍ଟୁଣୀ ଛକ, ଚାନ୍ଦବାଲି ଛକରେ ନାକା କରାଯାଇଛି। ଏହା ଆଠଗଡ଼ ତହସିଲଦାରଙ୍କ ଅଧିନରେ ରହିଛି। ସେହିପରି ନୂଆ ସଡ଼କ ଛକରେ ଥିବା ନାକା ତିଗିରିଆ ତହସିଲଦାର, ବିଧାରପୁର ଛକରେ ଥିବା ନାକା ବଡ଼ମ୍ବା ତହସିଲଦାରଙ୍କ ଅଧିନରେ ରହିଛି।

ପଞ୍ଚମୁହିଁ ଛକ ଓ ବାଗଧରିଆ ଛକରେ ଥିବା ନାକା ନରସିଂହପୁର ତହସିଲଦାରଙ୍କ ଅଧିନରେ ରହିଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡି ପାଇଁ କୈଣସି କଟକଣା ନାହିଁ। ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼ ଆସୁଥିବା ଗୁରୁତର ରୋଗୀଙ୍କୁ ନାକା ପଏଣ୍ଟରେ ସ୍କ୍ରିନିଂ କରାଯିବ ବାହାରୁ ଆସୁଥିବା ଲୋକଙ୍କ ନାମ ଓ ଠିକଣା ରଖାଯିବ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like