ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ାକୁ ପାସୋରି ଦେଲା କି କେନ୍ଦ୍ର ?

କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ୧୭ଟି ଆଇକନିକ୍ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ନାହିଁ ଓଡ଼ିଶାର ଗୋଟିଏ ବି ନାଁ

ଭୁବନେଶ୍ୱର : ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି।

ହୋଟେଲ୍ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ଏହାର ପ୍ରତିବାଦ କରିଥିବା ବେଳେ କେନ୍ଦ୍ରର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ସରକାର। ଏପଟେ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି।

କୋଣାର୍କର ସୂର୍ଯ୍ୟମନ୍ଦିର। କଳା କାରିଗରୀରେ ଉତ୍କର୍ଷତାର ଅନ୍ୟ ନାଁ। ବିଶ୍ୱ ଐତିହ୍ୟ ମାନଚିତ୍ରରେ ବି ସ୍ଥାନ ପାଇଛି ଉତ୍କଳର ଏ ଆଶ୍ଚର୍ଯ୍ୟ।  ହେଲେ ଭାରତର ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ତାଲିକାରେ ନାହିଁ କୋଣାର୍କ।

ସେମିତି ଏସିଆର ସର୍ବବୃହତ ଲୁଣି ହ୍ରଦ ତଥା ଅପାସୋରା ସୌନ୍ଦର୍ଯ୍ୟର ଭଣ୍ଡାର ଚିଲିକା ଓ ଜାତୀୟ ଉଦ୍ୟାନ ଶିମିଳିପାଳ, ଏପରିକି ବିଶ୍ୱର କୋଣ ଅନୁକୋଣର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଜଗନ୍ନାଥ ଧାମ ପୁରୀକୁ ବି ପାସୋରି ଯାଇଛି କେନ୍ଦ୍ର। ସେହିପରି ବୁଦ୍ଧିଷ୍ଟ ସର୍କିଟ ଭାବେ ଜଣାଶୁଣା ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ବି ଅଣଦେଖା କରାଯାଇଛି।

୧୭ଟି ପର୍ଯ୍ୟଟନ ସ୍ଥଳୀର ତାଲିକାରେ ଅଛି ତାଜ୍‌ମହଲ, ଫତେଫୁରସିକ୍ରି, ଅଜନ୍ତା-ଏଲୋରା ଓ ହୁମାୟୁନ ଟମ୍ବ ପରି ପର୍ଯ୍ୟଟନ ସ୍ଥଳୀ। ଏସବୁର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିବେ, ଯେଉଁଥିରେ ଫୋକସରେ ରହିବ ଯୋଗାଯୋଗ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ। ତେବେ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳୀ ସ୍ଥାନ ନପାଇବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର।

ଏପଟେ ଏହାକୁ ନେଇ ରାଜନୀତି ତେଜିଛି। ପୁରୀ ସାଂସଦ ସିଧା ଏଥିପାଇଁ ବିଜେପି ସରକାରଙ୍କୁ ଦାୟୀ କରିବା ସହ ପ୍ରସଙ୍ଗକୁ ଲୋକସଭାରେ ଉଠାଇବେ ବୋଲି କହିଛନ୍ତି। ବିଜେପି କହିଛି ପ୍ରସଙ୍ଗରେ ରାଜନୀତି କରାନଯାଉ।

ଅପରପକ୍ଷେ ଷ୍ଟେଟ୍ ଟୁରିଜିମ୍ ପ୍ରମୋଶନ୍ କାଉନ୍‌ସିଲ୍ ଓ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ବା ହାରୋ ମଧ୍ୟ ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଛି।

ଆହୁରି ପଢ଼ନ୍ତୁ

ପୁଅ ସହିଦ ହେବାର ୨୦ ବର୍ଷ ପରେ ବି ଶୁଖିନି ମା’ ଆଖିର ଲୁହ

ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା ; ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ

ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ ପରିସର ; ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ

‘ସୁପର-୩୦’ର ଜଣେ ଛାତ୍ରଙ୍କ କାହାଣୀ: ଦୋକାନରେ କାମ କରୁଥିଲେ, ଏବେ ମାସିକ ରୋଜଗାର ଲକ୍ଷାଧିକ ଟଙ୍କା

ଯେଉଁ ଫଟୋ ଦେଇଥିଲା ସଫଳତା, ସେଇ ଫଟୋ ନେଲା ଜୀବନ

କୁନି ଝିଅଙ୍କ ଇଜ୍ଜତ ଲୁଟିଲେ ଆଶ୍ରୟଦାତା !

ସୋଶାଲ୍‌ ମିଡିଆରେ ନାଗ ସହ ଷ୍ଟଣ୍ଟ ଘଟଣାରେ ଫିଟୁଛି ଗୁମର

ଦେଶର ପ୍ରଥମ ଏଡ୍‌ସ ରୋଗୀ, ଯାହାଙ୍କ ପାଇଁ ବଦଳି ଯାଇଥିଲା ଆଇନ୍‌

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

You might also like