• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ । ରାଜ୍ୟ ସରକାର ଏନେଇ ନିଷ୍ପତି ନେଇଛନ୍ତି । ଘରୋଇ ହସ୍ପିଟାଲ ଗୁଡ଼ିକରେ ସରକାରୀ ପ୍ରକ୍ରିୟାରେ ଚାଲିଥିବା ଟିକାକରଣକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ, CDM & PHOsକୁ ଚିଠି କରାଯାଇଛି । ଘରୋଇ ହସ୍ପିଟାଲରେ ଷ୍ଟକ୍ ଥିବା ଟିକା ଫେରସ୍ତ ପାଇଁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି । ଏଣିକି ଘରୋଇ ହସ୍ପିଟାଲ ଟିକାକରଣ ପାଇଁ ସିଧା ଟିକା କମ୍ପାନୀରୁ ଟିକା ଆଣିପାରିବେ ବୋଲି କୁହାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରୀ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲିଥିଲେ । ସେଠାରେ ରାଜ୍ୟ ସରକାର କ୍ରୟ କରିଥିବା କୋଭିଡ୍ ଟିକାକୁ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମେ’ ୮ତାରିଖରେ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିବା ସହ ୧୫୦ଟଙ୍କା ୟୁଜର୍ସ ଫି’ ଦେଇ ଘରୋଇ ହସ୍ପିଟାଲରେ ସାଧାରଣ ଲୋକେ ଏହି ସରକାରୀ କୋଭିଡ୍ ଟିକା ନେଇପାରିବେ ବୋଲି କହିଥିଲେ ।

ମାତ୍ର ଏବେ ସଂଶୋଧିତ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଅନୁସାରେ, ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କ ପାଇଁ କୋଭିଡ୍ ଟିକା ଏଣିକି ଭାରତ ସରକାର ଯୋଗାଣ କରିବେ । ଏଣୁ ଏହି କାରଣରୁ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗାଣ କରାଯାଉଥିବା କୋଭିଡ୍ ଟିକା ଯୋଗାଣକୁ ତୁରନ୍ତ ବନ୍ଦ କରିବା ସହ ଯଦି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଅଛି ତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଇଚ୍ଛୁକ ଥିବେ ସେମାନେ ସିଧାସଳଖ ଉତ୍ପାଦନକାରୀ କମ୍ପାନୀଠୁ ଟିକା କ୍ରୟ କରି ଦେଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ରାଜ୍ୟ ସରକାର ନିଜେ ଟିକା କିଣି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକାକରଣ କେନ୍ଦ୍ର ଖୋଲିବା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ରାଜ୍ୟ ସରକାର ଜାରି କରିଥିଲେ । ମାତ୍ର ଟିକା କ୍ରୟ ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରକୁ ଗତକାଲି ରଦ୍ଦ କରିଛନ୍ତି । ଜୁନ୍ ୨୧ରୁ ଭାରତ ସରକାର ଦେଇଥିବା ଟିକାରେ ରାଜ୍ୟରେ ମାଗଣା ଟିକାକରଣ ଚାଲିଛି ।

No-more-vaccinations-at-private-hospitals-which-have-orders-to-return-stocks
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories