କୁଆଡେ ଗଲେ ବିଦେଶ ଫେରନ୍ତା ୨,୮୫୬ ଓଡ଼ିଆ ?

ଭୁବନେଶ୍ୱର:ଦେଶରେ କରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସୀମାରେ ଅଟକାଇବା ପାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଯାଏଁ ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତାଙ୍କ ସହ ଯୋଗାଯୋଗ କରିପାରିନାହାନ୍ତି ରାଜ୍ୟ ସରକାର।

ଗତ ୧୪ ଦିନ ମଧ୍ୟରେ ୨ ହଜାର ୮୫୬ ଜଣ ବିଦେଶରୁ ଫେରିଥିଲେ । ତେବେ ଜିଲ୍ଲା ସ୍ତରୀୟ ସର୍ଭେଇଲାନ୍ସ ଟିମ୍ ସେମାନଙ୍କ ସହ ଯୋଗାଯୋଗ କରିପାରିନାହିଁ । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ।

ଏହି ବିଦେଶ ଫେରନ୍ତାମାନେ ହୋମ୍ କ୍ୱାରେଣ୍ଟାଇନ ବା ଘରେ ସଂଗରୋଧରେ ନରହିଲେ ଅନ୍ୟ ମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ସେମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଉ କିମ୍ବା ନଥାଉ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ଚାରିଆଡ଼େ ଜଟିଳ ସ୍ଥିିତି ଦେଖା ଦେଇଥିବାବେଳେ, ରାଜ୍ୟ ଯେପରି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି ନ କରେ, ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ସରକାର ।

You might also like