ସରକାରଙ୍କ ଯୋଜନା ଗଲା କୁଆଡେ ? ଭଙ୍ଗା କୁଡ଼ିଆରେ ରହୁଛନ୍ତି ବୃଦ୍ଧ ଦମ୍ପତ୍ତି

ଫୁଲବାଣୀ( ତ୍ରିନାଥ ସାହୁ) : ବାସହୀନଙ୍କୁ ଆବାସ ଯୋଜନାରେ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଯୋଜନା ରହିଛି। ହେଲେ ପ୍ରକୃତ ପକ୍ଷେ  ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍‌ ପଡିଥିବା ଦେଖିବାକୁ ମିଳିଛି।

ଘର ନଥିବାରୁ ଗାଁରେ ବୃଦ୍ଧ ଦମ୍ପତ୍ତି ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି। ଭଙ୍ଗା କୁଡ଼ିଆ ଘର। ଉପରେ ଚାଳ ଉଡିଯାଇଛି। ଦିନବେଳେ ସୂର୍ଯ୍ୟାଲୋକ।  ଆଉ ରାତି ହେଲେ ଅନ୍ଧାରରେ ଜୀବନ ବିତେ ବୃଦ୍ଧ ଦମ୍ପତ୍ତି ଏବଂ ତାଙ୍କ ଝିଅର। ଏ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୁଚ୍ଛାପଡ଼ା ପଞ୍ଚାୟତର ଡେରାକୁମ୍ପା ଗାଁର ଦାନା କଅଁରଙ୍କ ଘରର ଚିତ୍ର।

ବୃଦ୍ଧ ଦମ୍ପତ୍ତି ମୂଲ ଲାଗି ଝିଅକୁ ପାଠପଢାଉଛନ୍ତି। ହେଲେ ସରକାରଙ୍କ ସବୁ ଯୋଜନା ଏମାନଙ୍କ ପାଇଁ ପାଲଟିଛି ପ୍ରହସନ। ଆବାସ ଯୋଜନାରେ ଘର ଖଣ୍ଡେ ଲାଗି ବାରମ୍ବାର ଫର୍ମ ଭରିଛନ୍ତି। ହେଲେ ପ୍ରତ୍ୟେକ ଥର ତାଲିକାରୁ ତାଙ୍କ ନାମ ବାଦ୍‌ ପଡିଛି। ଘର ଖଣ୍ଡେ ଲାଗି ସରପଞ୍ଚଙ୍କ ଠାରୁ ବିଡିଓ ସମସ୍ତଙ୍କ ନିକଟରେ ଗୁହାରୀ କରିଛନ୍ତି, ହେଲେ କିଛି ବି ହୋଇନାହିଁ।

କନ୍ଧମାଳ ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ହଜାର ଘର ଲାଗି ଆସିଛି ଅର୍ଥ। ସେଥି ମଧ୍ୟରେ ୫ହଜାର ୬୩୨ ଜଣଙ୍କୁ ଘର ର୍ନିମାଣ ପାଇଁ ପଞ୍ଜୀକୃତ କରାଯାଇଛି। ହେଲେ ସେଥିରେ ଦାନାଙ୍କ ନାମ ନାହିଁ। ଏ ନେଇ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ, ତାଲିକାରେ ଦାନାଙ୍କ ନାମ ନଥିବା ସେ କହିଛନ୍ତି। ତେବେ  ଯୋଗ୍ୟ ହିତାଧିକାରୀ ହୋଇ ସେ କଭଳି ବାଦ୍‌ ପଡିଛନ୍ତି ସେ ନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି।

ସେପଟେ ଆଗାମୀ ଦିନରେ ଦାନାଙ୍କୁ ବିଜୁ ପକ୍କା ଘର ତାଲିକାରେ ସାମିଲ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରେ ଯେ କେବଳ ଦାନା କଅଁର ନୁହେଁ ବରଂ ଏମିତି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ଯୋଗ୍ୟ ହୋଇ ବି ତାଲିକାରୁ ବାଦ୍‌ ପଡୁଛନ୍ତି। ତେଣୁ ଉପଯୁକ୍ତ ତଦନ୍ତ କରାଯାଇ ବାସହୀନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like