ଏନ୍ଆଇଆର୍‌ଏଫ୍ ରାଙ୍କିଂରେ ନାହିଁ ଓଡ଼ିଶାର କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଏନ୍ଆଇଆର୍‌ଏଫ୍ ରାଙ୍କିଂରେ ଓଡ଼ିଶାର କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଘଟଣାକୁ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇଛି ।

ଏନେଇ ବିପିୟୁଟି, ଆଇଜିଆଇଟି ସରାଙ୍ଗ, ସିଇଟି ଭୁବନେଶ୍ୱର ସମେତ ୮ଟି ବୈଷୟିକ ଶିକ୍ଷାନୁଷ୍ଠାନକୁ ବିଭାଗ ରିପୋର୍ଟ ତଲବ କରିଛି। କାହିଁକି ଏନ୍ଆଇଆର୍‌ଏଫ୍ ରାଙ୍କିଂରେ ସ୍ଥାନ ପାଇଲା ନାହିଁ ବୋଲି ସପ୍ତାହେ ଭିତରେ ରିପୋର୍ଟ ଦେବା ପାଇଁ ବିଭାଗ ସମସ୍ତ ଶିକ୍ଷାନୁଷ୍ଠାକୁ ନୋଟିସ୍ କରିଛି।

ଏନ୍ଆଇଆର୍‌ଏଫ୍ ରାଙ୍କିଂ ଲାଗି କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଆବେଦନ କରିନଥିବା ଅଲ୍ ଓଡ଼ିଶା ଟେକ୍ନିକାଲ୍ ଆଣ୍ଡ ପ୍ରଫେସନାଲ୍ ଷ୍ଟୁଡେଣ୍ଟ ଆସୋସିଏସନ୍ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲା

You might also like