ଏ ବର୍ଷ କଟକ, ଭୁବନେଶ୍ୱରରେ ହେବନି ଗଣେଶ ପୂଜା
ଭୁବନେଶ୍ୱର: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏ ବର୍ଷ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଟ୍ୱିନ୍ ସିଟିର କୌଣସି ପୂଜା ମଣ୍ଡପରେ ଚଳିତ ବର୍ଷ ହୋଇପାରିବନି ଗଣେଶ ପୂଜା। ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜା ବାରଣ କରାଯାଇଛି। ଏପରିକି ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହିଁ। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଟ୍ୱିଟ୍ କରାଯାଇ […]
ଭୁବନେଶ୍ୱର: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏ ବର୍ଷ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଟ୍ୱିନ୍ ସିଟିର କୌଣସି ପୂଜା ମଣ୍ଡପରେ ଚଳିତ ବର୍ଷ ହୋଇପାରିବନି ଗଣେଶ ପୂଜା।
ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜା ବାରଣ କରାଯାଇଛି। ଏପରିକି ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହିଁ। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି।