ଏଥର କଟକ ସହରରେ ଗଣେଶ ପୂଜା ବନ୍ଦ

କଟକ: ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ଅନୁଷ୍ଠିତ ହେବନାହିଁ। କରୋନା ସଂକ୍ରମଣ ପାଇଁ ଗଣେଶ ପୂଜା ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ଶାନ୍ତି କମିଟି, ପୂଜା କମିଟି ସହ କମିଶନରେଟ୍ ପୋଲିସର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଯଦି ଏଭଳି ସ୍ଥିତି ଲାଗି ରୁହେ, ତେବେ ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ। ଏ ନେଇ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛି।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେବ ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ସହରରେ ମଧ୍ୟ ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ୨୫ ଜିଲ୍ଲାରୁ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୭ ହଜାର ପାର୍‌ କଲା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା

ଆହୁରି ପଢ଼ନ୍ତୁ

You might also like