• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନାହିଁ ।ଏପରି ଆଶ୍ୱାସନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ତେବେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି। ବ୍ରାହ୍ମଣୀ ଓ ମହାନଦୀରେ ବଢିପାଣି ଆସିବା ପରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ ।

ଉପର ମୁଣ୍ଡରେ ବର୍ଷାପରେ ବିଭିନ୍ନ ନଦୀର ଜଳସ୍ତର ବଢୁଛି । ଉପକୂଳ ଓଡିଶାରେ ହାରାହାରି ୧୫୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଥିଯୋଗୁଁ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାର ତଳିଆ ଅଞ୍ଚଳରେ ପାଣି ଜମି ରହିବ। ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ନଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ କହିଛନ୍ତି, ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଲରେ ବନ୍ୟା ଆଶଙ୍କା ରହିଛି।

ଭଦ୍ରକ ଓ ଯାଜପୁରକୁ ଗୋଟିଏ ଲେଖାଏଁ NDRF ଓ ଓଡ଼୍ରାଫ୍ ଟିମ୍ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି।

No-flood-possibility-in-odisha-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories