ସଟ୍ଡାଉନ୍ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍ ଖାତାଦେଖା ବନ୍ଦ
ଭୁବନେଶ୍ୱର: ସଟ୍ଡାଉନ୍ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏହି ୧୧ ଜିଲ୍ଲାରେ ଖାତା ଦେଖା ହୋଇନଥିବାବେଳେ ଆସନ୍ତାକାଲି ବି ଖାତା ଦେଖାକୁ ବାତିଲ କରାଯାଇଛି।
ଜୁନ୍ ମାସ ସାରା ସଟ୍ଡାଉନ୍ ସମୟରେ ଖାତା ଦେଖା ବାତିଲ ହୋଇଛି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ମାଟ୍ରିକ ମୂଲ୍ୟାୟନ୍ ପୂର୍ବ ନିୟମ ମୁତାବକ ଜାରି ରହିବ।
ଯାତାୟତ ଅସୁବିଧାକୁ ଦୃଷ୍ଟିରେ ରଖି ସଟ୍ଡାଉନ୍ ସମୟରେ ମୂଲ୍ୟାୟନ ବନ୍ଦ ରଖିବାକୁ ଓଷ୍ଟା ଓ ରାଜ୍ୟ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଦାବି ହୋଇଥିଲା।
କରୋନା ମୁକାବିଲା ପାଇଁ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା ହୋଇଛି। ମାଟ୍ରିକ୍ ଖାତାଦେଖା ପାଇଁ ୬୦ଟି ମୂଲ୍ୟାୟନ୍ କେନ୍ଦ୍ର ହୋଇଛି।