ବିଜୁଳି ନାହିଁ ତ ଭୋଟ ନାହିଁ ; ଗ୍ରାମବାସୀଙ୍କ ନିର୍ବାଚନ ବର୍ଜନ ନିଷ୍ପତ୍ତି

ଉଦଳା( ମାନସ ପାଣି) :  ବିଜୁଳି ନାହିଁ ତ ଭୋଟ ନାହିଁ। ଏଭଳି ନିଷ୍ପତ୍ତି ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନନ୍ଦୁରସାହି ବାସିନ୍ଦା। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଆଜିଯାଏ ବିଜୁଳି ଆଲୁଅ ଦେଖି ନାହାନ୍ତି ଗ୍ରାମବାସୀ।

ବର୍ଷ ବର୍ଷ ଧରି ଡିବିରି ଓ ଲଣ୍ଠନ ଆଲୁଅରେ ଚଳୁଛନ୍ତି। ପିଲାମାନେ ବି ମିଞ୍ଜି ମିଞ୍ଜି ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ବିଦ୍ୟୁତ୍‌ ସଂଯୋଗ ନେଇ ବିଭାଗୀୟ ଅଧିକାରୀ କି ଜନପ୍ରତିନିଧି କେହିବି କୌଣସି ପଦକ୍ଷେପ ନେଉନାହାନ୍ତି। କେବଳ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେପଟେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇନଥିବା ବେଳେ ପିଠା ଯୋଜନାରେ କାହିଁକି ଲୋକଙ୍କୁ ଇଲେକ୍‌ଟ୍ରିକ୍‌ ବଲ୍‌ବ ପ୍ରଦାନ କରାଯାଇଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ଏବଂ ଚଳିତ ନିର୍ବାଚନରେ ଗାଁରେ ନେତାଙ୍କୁ ପୂରାଇ ଦେବେନି କି ଭୋଟ ଦେବେନି ବୋଲି ଚେତାବନୀ ଦେଇଛନ୍ତି।

ସେପଟେ ଖୁବ୍‌ଶୀଘ୍ର ନନ୍ଦୁରସାହିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ତେଣୁ ଗ୍ରାମବାସୀ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ନେସ୍କୋ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ଏପ୍ରିଲ ୨୯ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ

You might also like