ଜଙ୍ଗଲର ଭୟଙ୍କର ଅନ୍ଧାରକୁ ଡିବିରି ଆଲୁଅ ଭରସା

ଢେଙ୍କାନାଳ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଅନ୍ଧାରରେ ଲୋକେ। ପରଜଙ୍ଗ ବ୍ଲକ୍ ପାଣିଗେଙ୍ଗୁଟିଆ ଗାଁରେ ଆଜିଯାଏ ପହଞ୍ଚିପାରିନି ବିଜୁଳି ଆଲୁଅ। ଡିବିରି ଭରସାରେ ରାତି କାଟୁଛନ୍ତି ଗ୍ରାମବାସୀ। ଲାଇନ୍ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବି ଅସୁବିଧା ଭୋଗୁଛନ୍ତି। ଗାଁକୁ ଲାଗି ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ଲାଗିରହୁଛି।

ଗାଁକୁ ବିଦ୍ୟୁତସେବା ଯୋଗାଇ ଦେବାକୁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ତେବେ ଗାଁରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପାଖାପାଖି ବର୍ଷେ ହେଲାଣି ଘରେ ଘରେ ମିଟର୍‌ ବସିବା ସହ ତାର ସଂଯୋଗ ହୋଇଥିଲା। କିନ୍ତୁ ଏହା ଗ୍ରାମବାସୀଙ୍କ ପାଇଁ କେବଳ ଗୋଟିଏ ଆଶା ହୋଇ ରହିଯାଇଛି। ତାର ସଂଯୋଗ ହୋଇଥିଲେ ବି ଏମାନଙ୍କ ପାଇଁ ଏପର୍ଯ୍ୟନ୍ତ ବିଜୁଳି ଆଲୁଅ ଆସିପାରିନି।

ସେପଟେ ଗାଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ବି ଶୋଚନୀୟ। ଘର ଫାଟି ଆଁ କରିଥିବା ବେଳେ ବର୍ଷା ଦିନେ ବିଭିନ୍ନ ସ୍ଥାନରୁ ପାଣି ଗଳୁଛି। ଫଳରେ କୁନିକୁନି ପିଲା ନାହିଁ ନଥିବା ହୀନସ୍ତା ହେଉଛନ୍ତି। ସେପଟେ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି ପରଜଙ୍ଗ ବିଡିଓ କହିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like