ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଖୁଲୁଣ୍ଡିପାଣି ଗାଁର କୁନି କୁନି ପିଲା

ଦେବଗଡ଼ (ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଅଛି ଝରାକଣ୍ଡଳ ପଂଚାୟତର ଖୁଲୁଣ୍ଡିପାଣି ଗାଁ। ଆଦିବାସୀ  ଅଧ୍ୟୁଷିତ ଏହି  ଗାଁର ସମସ୍ତ ପରିବାର ବିପିଏଲ୍ ତାଲିକାଭୁକ୍ତ ହୋଇଥିବାବେଳେ ମଜୁରୀ କରି ଗୁଜରାଣ ମେଣ୍ଟାଇଥା’ନ୍ତି।  ହେଲେ ଏହି ଗାଁକୁ ସରକାରୀ ଯୋଜନା ଏବେବି ଅପହଞ୍ଚ।

ଗାଁରେ ପାଖାପାଖି ୩୫ ଜଣ ଶିଶୁ ଥିବାବେଳେ ସେମାନଙ୍କ ପାଇଁ କୌଣସି ଅଙ୍ଗନଓ୍ୱାଡି କେନ୍ଦ୍ର କିମ୍ବା ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇନାହିଁ। ଏପରିକି ବିଜୁଳି, ପାନୀୟ ଜଳ ମଧ୍ୟ ଏମାନଙ୍କ ପାଇଁ ସାତ ସପନ ପାଲଟିଛି।
ପାଠ ପଢିବାକୁ ହେଲେ ଗାଁରୁ ୫ କିଲୋମିଟର ଦୂରରେ ଥିବା ଖୁଲୁଣ୍ଡିକୁଦର ଅଙ୍ଗନଓ୍ୱାଡି କେନ୍ଦ୍ର କିମ୍ବା କନ୍ୟାଶ୍ରମ ଉପରେ ନିର୍ଭର କରିବାକୁ ପଡେ। ତେବେ, ଏନ୍ଏଚ୍ ଦେଇ ଖୁଲୁଣ୍ଡିକୁଦର ଯିବାକୁ ପଡୁଥିବାରୁ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ଗ୍ରାମବାସୀ।

ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ଟୋଲ,ମହୁଲ ,କେନ୍ଦୁ, ଚାର ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କାମରେ ବ୍ୟସ୍ତ ରହୁଛନ୍ତି କୁନି କୁନି ପିଲା। ସେପଟେ, ସମସ୍ୟା ବାବଦରେ ଅବଗତ ନଥିଲି, ଏନେଇ  ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାରକୋଟ ବିଡିଓ।

ଆହୁରି ପଢ଼ନ୍ତୁ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

କାଳିଆ ପାଇଁ ୟୁଟର୍ଣ୍ଣ ; କେନ୍ଦ୍ର ଆଗରେ ହାତ ପାତିଲା ବିଜେଡି

‘ଗାଁକୁ ଯାଅ, ସିଧାସଳଖ ଲୋକଙ୍କ ଫିଡ୍‌ବ୍ୟାକ୍ ନିଅ’

ପାନୀୟ ଜଳ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା

ବଢୁଛି ପରିବା ଦର ; ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ପରିବା

ଖୋର୍ଦ୍ଧା ଖଣି ଖାଦାନରେ ଲେଡି ଡନ୍ ରାଜ୍

ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ାକୁ ପାସୋରି ଦେଲା କି କେନ୍ଦ୍ର ?

You might also like