ଏବର୍ଷ କଟକର ମଣ୍ଡପରେ ହେବନି ଦୁର୍ଗାପୂଜା

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା। ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା। ଲୋକେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ।କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ OTVକୁ ଏହି ସୂଚନା ଦେଇଛନ୍ତି।

ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ଆବେଦନ ହୋଇଛି। ସମସ୍ତ କୋଭିଡ କଟକଣା ପାଳନ ମଧ୍ୟରେ ପୂଜା କରିବାକୁ ଆବେଦନ କରାଯାଇଛି।

You might also like