• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ରାୟଗଡା: ଗତ ତିନି ମାସ ହେଲା ଡାକ୍ତରଖାନା ଆସୁନାହାନ୍ତି ଡାକ୍ତର। ଦିନ ୧୦ଟା ଯାଏ ବି ଖୋଲୁନି ଡାକ୍ତରଖାନା। ଫଳରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ବଦଳରେ ହନ୍ତସନ୍ତ ହେଉଛନ୍ତି। ଏମିତି ହୋଇଛି ରାୟଗଡା ଜିଲ୍ଲା କୁର୍ଲି ପଞ୍ଚାୟତର ଖମ୍ବେସୀ ଡାକ୍ତରଖାନାରେ।

ଡାକ୍ତରଖାନା ଆଗରେ ଏପାଖ ସେପାଖ ହେଉଛନ୍ତି ରୋଗୀ। କିଏ ଜ୍ୱରରେ କମ୍ପୁଛି, ତ ଆଉ କିଏ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି। କେବଳ ଯେ ଗୋଟିଏ ଦିନ ନୁହେଁ, ଦୀର୍ଘ ୩ ମାସ ହେଲା ଡାକ୍ତରଖାନାକୁ ଡାକ୍ତରଙ୍କ ପାଦ ପଡ଼ି ନଥିବା ଅଭିଯୋଗ ହୋଇଛି। ଏମିତିକି ଏଠାରେ ଡାକ୍ତରଙ୍କ ବଦଳରେ ଫାର୍ମାସିଷ୍ଟ ରୋଗୀ ଦେଖୁଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କୁ କିଛି ସମୟ ଅପେକ୍ଷା କରି ଶେଷରେ ବିଷମକଟକ କିମ୍ବା ଚାଟିକୋଣା ରୋଗୀ ଚାଲିଯାନ୍ତି।

ସେପଟେ ଖମ୍ବେସୀ ଡାକ୍ତରଖାନାର ଡାକ୍ତର ବା ବର୍ତ୍ତମାନର ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ବିକାଶ ଚନ୍ଦ୍ର ପଣ୍ଡାଙ୍କ କହିଛନ୍ତି ଯେ, ତାଙ୍କୁ ବିଷମ କଟକକୁ ଡେପୁଟେସନରେ ପଠାଯାଇଥିବାରୁ ଖମ୍ବେସୀର ଫାର୍ମାସିଷ୍ଟ କାମ ଚଳାଉଛନ୍ତି।

ଏପଟେ ସିଡିଏମଓ କିନ୍ତୁ କହିଛନ୍ତି ଯେ, ଯଦି ଡାକ୍ତରଖାନା ଡେରିରେ ଖୋଲାଯାଉଥାଏ, ଏହାର ତଦନ୍ତ ହଲା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ।

(ରାୟଗଡ଼ାରୁ ମନୋଜ ପାତ୍ରଙ୍କ ରିପୋର୍ଟ)

 

No-doctor-in-khambesi-hospital-since-3-months
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories