ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL
ଭୁବନେଶ୍ୱର:ଘରୁ DL ଆଣିବାକୁ ଭୁଲି ଯାଇଛନ୍ତି ? ଡରନ୍ତୁନି। ଆଉ ଫାଇନ ଗଣିବାକୁ ପଡ଼ିବନି। କାରଣ ଗାଡ଼ି ଚଳାଇବା ବେଳେ ଏଣିକି DL ଓ ଅନ୍ୟ କାଗଜପତ୍ର ଖୋଜା ପଡ଼ିବନି। ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ଜୋରିମାନା ଗଣିବାକୁ ପଡ଼ିବନି। ଆଜିଠୁ ଏହି ନୂଆ ନିୟମ ଲାଗୁ ହୋଇଛି।
ତେବେ ଚାଳକକୁ ଏସବୁକୁ ନିଜ ମୋବାଇଲର ଡିଜି ଲକ୍ର ଆପ୍ ଓ ଏମ୍. ପରିବହନ ଆପ୍ର ଡିଜିଟାଲ୍ କପି ରଖିବାକୁ ପଡ଼ିବ। ନୂଆ ମୋଟର ଯାନ ଆଇନର ଡିଜିଟାଲ୍ ବ୍ୟବସ୍ଥାରେ ଏନେଇ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି।
ତେଣୁ ଗାଡ଼ି ଯାଞ୍ଚ ବେଳେ ଏଣିକି ଆଉ DL, PUC, ଇନ୍ସୁରାନ୍ସ ସମେତ ଅନ୍ୟ କାଗଜପତ୍ରର ହାର୍ଡ କପି ଧରିବା ବାଧ୍ୟତାମୂଳକ ହେବ ନାହିଁ । ଚେକିଂ ବେଳେ ଡିଜିଟାଲ୍ କପି ଦେଖାଇ ହେବ। ଏନେଇ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ବିଭାଗ ଓ ପୋଲିସ୍ ସହ ଏନେଇ ସହଯୋଗ କରିବାକୁ ଆଲୋଚନା ହୋଇଛି।