ବିଦେଶୀ ପିଆଜରେ ନାହିଁ ଟେଷ୍ଟ୍‌, ଚିନ୍ତାରେ ସରକାର

ଭୁବନେଶ୍ୱର: ଇଜିପ୍ଟରୁ ଆସିଥିବା ପିଆଜ ଲୋକେ ଖାଉ ନାହାନ୍ତି। କାହିଁକି ନା ଦେଶୀ ପିଆଜ ଭଳି ଇଜିପ୍ଟ ଓ ଅନ୍ୟ ଦେଶରୁ ଆସିଥିବା ଏହି ପିଆଜ ସୁଆଦିଆ ଲାଗୁନାହିଁ।

ପିଆଜ ଦର ବୃଦ୍ଧି ପରେ ବିଦେଶରୁ ଆସିଥିବା ୩୪ ହଜାର ଟନ୍ ପିଆଜ ଏବେ ବିକ୍ରି ହେଉନାହିଁ। ଏହିସବୁ  ପିଆଜ ସୁଆଦିଆ ନ ଥିବାରୁ ଲୋକେ କିଣୁ ନାହାନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ ପିଆଜ ସଙ୍କଟ ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ ଆସିଥିଲା। ଆଉ କିଲୋ ପ୍ରତି ୫୫ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରାଯାଇଥିଲା। ହେଲେ କେହି କିଣୁ ନ ଥିବାରୁ ଏବେ ୨୫ ଟଙ୍କାରେ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ଅଧା ଦାମରେ ବିକ୍ରି କରାଯାଏ ତେବେ ସରକାର ଅଧାରୁ ଅଧିକ କ୍ଷତି ସହିବେ।

ଅନ୍ୟପକ୍ଷରେ ଅଧିକ ଦିନ ରଖାଯିବା ଅସମ୍ଭବ ହେଉ ଥିବାରୁ ସରକାର ଏହାକୁ ତୁରନ୍ତ ବିକ୍ରି କରିବା ଲାଗି ଯୋଜନା କରୁଛନ୍ତି। ଏହାସହ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ମାଲଦ୍ୱୀପକୁ ପଠାଇବାକୁ ମଧ୍ୟ ଯୋଜନା କରାଯାଉଥିବା ସୂଚନା ମିଳିଛି। ସଙ୍କଟ ଭିତରେ ମଧ୍ୟ ଏହି ପିଆଜ ବଡ଼ ଓ ସୁଆଦିଆ ହୋଇନଥିବାରୁ ମାତ୍ର ୨ ହଜାର ଟନ୍ ବିକ୍ରି ହୋଇପାରିଛି।

You might also like