ବାହାର ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା

ପୁରୀ: କୋଭିଡ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି। ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଳ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ରାଜ୍ୟରେ ଜଟିଳ ସ୍ଥିତି ଆଡକୁ ଗତି କରୁଛି ମହାମାରୀ ‘କରୋନା’ ଏବେ ଭୟଙ୍କର। ଆଜି ସୁଦ୍ଧା ୧୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୪୨ ଜଣଙ୍କ ମୁଣ୍ଡ ନେଲାଣି ‘କରୋନା’। ସପ୍ତାହନ୍ତ ସତ୍ତ୍ୱେ କରୋନା କାବୁରେ ରହୁନି। ଏପରି ସ୍ଥିତିରେ ଜିଲ୍ଲା ବାହାର ଲୋକ ସ୍ୱର୍ଗଦ୍ୱାରକୁ ମୃତଦେହ ନନେବା ପାଇଁ ପୁରୀ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି।

You might also like