ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଅଯଥାରେ ଶବ ହସ୍ତାନ୍ତର ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ।
ଏଥିସହ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ bedhead ଟିକେଟ୍, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ, କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ।
ରୋଗୀଙ୍କର ପୂର୍ବରୁ କେଉଁ ପ୍ରକାର ରୋଗ ରହିଥିଲା, ଆଡମିସନ୍ ସମୟରେ ତାଙ୍କର କି କି ଲକ୍ଷଣ ରହିଥିଲା ସେ ସମ୍ପର୍କରେ ରାଜ୍ୟସ୍ତରୀୟ କମିଟିକୁ ଜଣାଇବାକୁ ପଡ଼ିବ ବୋଲି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାଁ ଓ ଯୋଗାଯୋଗ ନମ୍ବର ମଧ୍ୟ ରହିବ।
ପଢ଼ନ୍ତୁ: ରାଜ୍ୟର ସବୁ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ