ଖୁସି ଖବର; ଦୁଇ ଦିନ ହେଲା ରାଜ୍ୟରେ ବଢିନି କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ବୁଧବାର ଓ ଗୁରୁବାର ଦୁଇ ଦିନ ହେଲା କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ବଢିନି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ହଜାର ୫ଶହ ୭୭ଟି ଟେଷ୍ଟ କରାଯାଇଛି । ସେ ମଧ୍ୟରୁ ୭ହଜାର ୫ଶହ ୧୭ଟି ନମୁନା ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ୬୦ଟି ପଜିଟିଭ କେସ୍ ରାଜ୍ୟରେ ରହିଛି ।

ତେବେ ଗତ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୬୭୩୪ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ସୁଦ୍ଧା ୭ହଜାର ୫ଶହ ୭୭ ଟି ଟେଷ୍ଟ କରାଯାଇଛି । ଗତକାଲି ୮୪୩ ଟି ନମୁନା ପରୀକ୍ଷା କରାଯାଇଥିବା ଜଣାପଡ଼ିଛି । ଗତକାଲି ହୋଇଥିବା ଟେଷ୍ଟରେ କୌଣସି ପଜିଟିଭ ବାହାରି ନଥିବା ଜଣାପଡିଛି। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି କୌଣସି ସୂଚନା ଦିଆଯାଇନାହିଁ।

You might also like