ଚିଲିକାରେ ସି ପ୍ଲେନ୍‌ ଅବତରଣ ପ୍ରସଙ୍ଗ: FIR ଓ ଏୟାରପୋର୍ଟ ରେକର୍ଡ୍ସରେ ତାଳମେଳ ନାହିଁ

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବହୁ ସଂଖ୍ୟକ ଟ୍ୱିଟର ୟୁଜର୍‌ ସେମାନଙ୍କ ମତାମତ ରଖିଛନ୍ତି। ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ FIR ଓ ଏୟାରପୋର୍ଟ ରେକର୍ଡସ୍‌ରେ ତାଳମେଳ ନାହିଁ ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି।

ଏହି ଘଟଣାକୁ ନେଇ ଟ୍ୱିଟର ୟୁଜର ଜଣକ କହିଛନ୍ତି ‘FIRରେ ଉଲ୍ଲେଖ ଯେ, ସେପ୍ଟେମ୍ବର ୧୫ ତାରିଖରେ ଦିନ ୧ଟା ୩୦ରେ ଚିଲିକାରେ ହେଲିକପ୍ଟର ଅବତରଣ କରିଥିଲା। ସେପଟେ ଏୟାରପୋର୍ଟ ରେକର୍ଡସ୍‌ରେ ଉଲ୍ଲେଖ ଯେ, ଉକ୍ତ ଦିନ ୧ଟା ୨୬ରେ ଭୁବନେଶ୍ୱରରେ ହେଲିକପ୍ଟରରେ ଅବତରଣ କରିଥିଲା। ଏହି ଘଟଣାରେ ସବୁକିଛି ସ୍ପଷ୍ଟ ବୋଲି ସେ କହିଛନ୍ତି। ଏହି ଟ୍ୱିଟ୍‌କୁ ବୈଜୟନ୍ତ ପଣ୍ଡା ରିଟ୍ୱିଟ୍‌ କରିଛନ୍ତି।

You might also like