ସରପଞ୍ଚ ସୌମ୍ୟଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର: ସରପଞ୍ଚ ସୌମ୍ୟଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ନାଁରେ ଅନାସ୍ଥା ଆଣିଲେ ୱାର୍ଡ ସଭ୍ୟ। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟ ଅନାସ୍ଥା ଆଣିଥିବା ସୂଚନା ମିଳିଛି। ପଞ୍ଚାୟତର ୧୫ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଦସ୍ତଖତ କରିଥିବା ସୂଚନା ରହିଛି।

ଅନାସ୍ଥା ଉପରେ ଆସନ୍ତା ୨୦ରେ ଭୋଟ ଗ୍ରହଣ ହେବା ନେଇ ନୋଟିସ କରାଯାଇଛି। ଅନାସ୍ଥା ଭୋଟ ଗ୍ରହଣ ନେଇ ନୟାଗଡ଼ ଉପଜିଲ୍ଲାପାଳଙ୍କ ନୋଟିସ କରିଛନ୍ତି। ପରୀ ମୃତ୍ୟୁ ଘଟଣାରେ ଚର୍ଚ୍ଚିତ ହୋଇଥିଲେ ସରପଞ୍ଚ। ସୌମ୍ୟରଂଜନ ସୌମ୍ୟଙ୍କୁ କୃଷି ମନ୍ତ୍ରୀଙ୍କ ଧମକ ଅଡିଓ ଭାଇରାଲ ପରେ ଚର୍ଚ୍ଚିତ ହୋଇପଡିଥିଲେ।

ସରପଞ୍ଚ ସୌମ୍ୟରଞ୍ଜନ ମଧ୍ୟ ନିଜ ପ୍ରତି ଓ ପରିବାର ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଗୃହ ସଚିବ, ଡିଜିପି, ଜିଲ୍ଲାପାଳ, ଏସ୍‌ପି, IICଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୌମ୍ୟଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ସୂଚନା ଦେଇଥିଲେ।

ସେତେବେଳେ ସରପଞ୍ଚ ସୌମ୍ୟରଞ୍ଜନ ଦେଇଥିବା ମନ୍ତବ୍ୟ:-

ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି ବୋଲି ସୌମ୍ୟ କହିଥିଲେ।

You might also like