ଭୁବନେଶ୍ୱର: ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି କରୋନା ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି, ଏହା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା।
ICMR ଗାଇଡଲାଇନ୍ସ ଅନୁଯାୟୀ, ଏଣିକି କେବଳ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଯେଉଁମାନେ ହାଇରିସ୍କ ଏରିଆ ଅର୍ଥାତ ଡାକ୍ତର, ନର୍ସ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପରୀକ୍ଷା ହେବ। ଯେଉଁମାନେ ଆକ୍ରାନ୍ତଙ୍କ ସଂର୍ଶରେ ଆସୁଛନ୍ତି ସେମାନଙ୍କ ପରୀକ୍ଷା ମଧ୍ୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।
କରୋନା ମେଡିସିନ୍ ଓ ଭ୍ୟାକସିନ୍ ପାଇଁ ଗବେଷଣା କାମ ଚାଲିଛି, ଆଗକୁ ମଧ୍ୟ ଯଦି ଭ୍ୟାକସିନ୍ ବାହାରିବ, ତେବେ ପ୍ରଥମେ ପଶୁମାନଙ୍କର ଦେହରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ତେବେ ଆଗକୁ ପରିସ୍ଥିତି ସାଂଘାତିକ ହେବ ବୋଲି କହିହେବନି ବୋଲି କହିଛନ୍ତି ଡାକ୍ତର ଅଜୟ ପରିଡା।