ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ୍‌କୁ ନେଇ କଣ କହିଲେ ଡିଜିପି?

ଭୁବନେଶ୍ୱର: ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ୍ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ କହିଛନ୍ତି ଯେ, ଏବେ ଯାଏ ଏହି ଅଭିଯୋଗ ସ୍ପଷ୍ଟ ହୋଇନି। ଅନ୍ୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ ଚଲାଇଛି। ଯଦି ସହଯୋଗ ମଗାଯାଏ ତେବେ ଏନେଇ ରାଜ୍ୟ ପୋଲିସ୍ ସହଯୋଗ କରିବ ବୋଲି ଡିଜିପି କହିଛନ୍ତି।

ଗତକାଲି ଜାତୀୟ ଗଣମାଧ୍ୟମରେ ରିୟାଙ୍କ କିଛି ଡିଲେଟ୍ ଚାଟ୍‌ ନେଇ ଖବର ପ୍ରସାରଣ ହୋଇଥିଲା। ଯେଉଁଠି ସେ ଭୁବନେଶ୍ୱର କଥା ଉଲ୍ଲେଖ କରିଛନ୍ତି। ନିଜ ବନ୍ଧୁ ସିମୋନ୍ ଖମ୍ବାଟାଙ୍କୁ ଭୁବେନଶ୍ୱର ଥିବା କଥା କହିବା ସହ ଭୁବନେଶ୍ୱରରେ ଗଞ୍ଜେଇ ସବୁଠୁ ଭଲ୍ ବୋଲି ବି ଲେଖିଛନ୍ତି। ତେବେ ଏସମ୍ପର୍କରେ ତଦନ୍ତ କରୁଥିବା ନାର୍କୋଟେକ୍ ବ୍ୟୁରୋ କିମ୍ବା ଇଡି ପକ୍ଷରୁ ସ୍ପଷ୍ଟ କରାଯାଇନି।

ଅପରପଟେ ରିୟାଙ୍କ ଘରେ ପହଞ୍ଚିଛି  ସିବିଆଇ ଟିମ୍।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ରିୟାଙ୍କ ବାସଭବନରେ ପହଞ୍ଚି  ଭାଇ ସୌଭିକଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସିବିଆଇର ୫ ଜଣିଆ ଟିମ୍ ରିୟାଙ୍କ  ଘରେ ପହଞ୍ଚିଛନ୍ତି।  ଏହି ଘଟଣା ପରେ ଚକ୍ରବର୍ତ୍ତୀ ପରିବାର ପାଇଁ  ସମସ୍ୟା ଆହୁରି ବଢ଼ି ଯାଇଛି।  ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ସମନ୍ କରିଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନରେ ତାଙ୍କୁ ପଚରାଉଚରା କରିପାରେ।

ସେହିପରି ରିୟାଙ୍କ ଡ୍ରଗ୍ସ ଲିଙ୍କ୍ ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ନାର୍କୋଟେକ୍ ବ୍ୟୁରୋ। ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ପାଇଁ ଖୁବ୍ ଶୀଘ୍ର ବାହାରିବ।  ଡ୍ରଗ୍ସ କେଉଁଠୁ ମୁମ୍ବାଇକୁ ପହଞ୍ଚୁଥିଲା ?  ପେଡଲର କିଏ ? କିଏ  କିଏ ଏଥିରେ ସାମିଲ୍ ? ଏହାସହ ସବୁଠୁ ବଡ଼ କଥା ହେଉଛି ଡ୍ରଗ୍ସ କାରବାର ସହ ବଲିଉଡ୍ର ଲିଙ୍କ୍ ତାକୁ ଖୋଜିବ ଏନସିବି।

You might also like