‘ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ’

ଭୁବନେଶ୍ୱର: ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା ପିସିସିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।

AICC ସେମିତି କିଛି ନିଷ୍ପତ୍ତି ନେଇନାହିଁ । ସେ ନିଜେ ମଧ୍ୟ ପିସିସି ସଭାପତି ରେସ୍‌ରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରଂଜୀବ ବିଶ୍ୱାଳ । ଗୁଜରାଟ ପିସିସିରେ ପରିବର୍ତ୍ତନ ପରେ ଓଡ଼ିଶାରେ ମଧ୍ୟ ଏହା ଦେଖିବାକୁ ମିଳିବ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।

ପିସିସି ସଭାପତି ପାଇଁ ଯେଉଁ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାକୁ ଆସୁଛି, ତାହା କପୋଳକଳ୍ପିତ । ଏଥିରେ କିଛି ସତ୍ୟତା ନ ଥିବା ରଂଜୀବ ବିଶ୍ୱାଳ କରିଛନ୍ତି। ଦୁଇ ଦିନ ତଳେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଥିଲେ, ପିସିସିରେ ପରିବର୍ତ୍ତନ ହେବ॥ ସଭାପତି ମଧ୍ୟ ବଦଳିପାରନ୍ତି । ୧୩ ଜଣ ନେତା ଏହାର ରେସ୍‌ରେ ଥିବା କହିଥିଲେ ସୁର।

ସେହିପରି ଶରତ ରାଉତ ମଧ୍ୟ କହିଥିଲେ, ବର୍ତ୍ତମାନର ସ୍ଥିତିକୁ ଦେଖି ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅଛି । ହେଲେ ଏହି ଦୁଇ ନେତାଙ୍କ ଆକଳନକୁ  ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like