ମାଟ୍ରିକ ପରୀକ୍ଷାରେ ସିସିଟିଭି ଲଗାଇବା ବ୍ୟବସ୍ଥା ନେଇ ଆଶଙ୍କା

ସିସିଟିଭି ଲଗାଇବାରେ ବାଧକ ସାଜିଛି ବଜେଟ୍‌

ଭୁବନେଶ୍ୱର: ଏଥର ମାଟ୍ରିକ ପରୀକ୍ଷା ବେଳେ ହଲ୍‌ରେ ସିସିଟିଭି ବ୍ୟବସ୍ଥା ଲାଗୁ ନେଇ ଆଶଙ୍କା ଦେଖାଦେଇଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଆଶଙ୍କା ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସିସିଟିଭି ଲଗାଇବାରେ ବଜେଟ୍‌ ବାଧକ ସାଜିଛି।

କଲେଜମାନଙ୍କରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ରହିଥିବା ବେଳେ ସ୍କୁଲ୍‌ରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ନାହିଁ। ତେଣୁ କଲେଜଗୁଡ଼ିକ ସ୍ୱତନ୍ତ୍ର ପାଣ୍ଠିରେ ସିସିଟିଭି ଲଗାଇ ପାରିବେ। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ସିସିଟିଭି ଲାଗିବ ବୋଲି କୁହାଯାଇଥଲା।

ଆସନ୍ତା ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ।

You might also like