ଜୁଲାଇ ୧୫ ପରେ ଶୁଭ କାର୍ଯ୍ୟ ମନା, ବିବାହକୁ ନେଇ ଚିନ୍ତାରେ ବର-କନ୍ୟା

ଭୁବନେଶ୍ୱର: ବାହାଲଗ୍ନକୁ ଅକସ୍ମାତ୍ ରୋକିଦେଲା ଲକଡାଉନ୍। ଗଲା ଦେଢ଼ ମାସ ଭିତରେ ହଠାତ୍ ବନ୍ଦ ହୋଇଛି ରାଜ୍ୟରେ ହଜାର ହଜାର ବାହାଘର। କେଉଁଠି ବର ବାହାର ରାଜ୍ୟରେ ଫସିଛି ତ ଆଉ କେଉଁଠି କନ୍ୟା ଘରକୁ ଫେରି ପାରୁନି। ତାସହ ସାମାଜିକ ଦୂରତ୍ୱ ନିୟମ ମାନି ବି ଅନେକ ବାହାଘର ତାରିଖ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଆସନ୍ତା ଜୁଲାଇ ୧୫ ପରଠାରୁ ନଭେମ୍ବର ୨୫ ମଧ୍ୟରେ ଆଉ ମାଙ୍ଗଳିକ କାର୍ଯ୍ୟ ଯୋଗ ନାହିଁ। ତେଣୁ ଲକଡାଉନ୍ ଖୋଲିଲେ ବି ସଂକ୍ରମଣ କଟକଣା ଭିତରେ କିଭଳି ହେବ ବାହାଘର ତାକୁ ନେଇ ବି ବଢିଲାଣି ଚିନ୍ତା।

ପରିବାର ଓ ବନ୍ଧୁ ଶୁଭେଛୁଙ୍କ ଗହଣରେ ଧୁମଧାମ ସରିଥିଲା ନିର୍ବନ୍ଧ। ଜମାଣିଆ ଢଙ୍ଗରେ ହୋଇଥିଲା ରିଂ ସେରିମନି। କେବଳ ଅପେକ୍ଷା ଥିଲା ବାହାଘରକୁ। କିନ୍ତୁ ଲକ୍‌ଡାଉନ୍‌ ସବୁ ଖୁସିରେ  ଫସର ଫଟାଇଦେଲା। ମେ ୫ ତାରିଖରେ ସୌମେଶ ଓ ଶିବାନୀଙ୍କ ବାହାଘର ହୋଇଥାନ୍ତା। ହେଲେ ସବୁ ବିଗାଡ଼ି ଦେଲା ଲକଡାଉନ୍‌।

ଏଭଳି ସ୍ଥିତିରେ ପୁଅ ବାହାଘରକୁ ନେଇ ବଡ଼ ଚିନ୍ତାରେ। କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଶ୍ରୀରାମନଗର ବାସିନ୍ଦା ଭାସ୍କର ମିଶ୍ରଙ୍କ ପରିବାର ଗାଡ଼ି ଘୋଡ଼ା ଚାଲୁନଥିବାରୁ ପୁଅ ମୁମ୍ବାଇରେ ତ ଭାବି ବୋହୂ ବାଙ୍ଗାଲୋରରୁ ଫେରିପାରୁ ନାହାନ୍ତି। ଏବେ କରୋନା ସଂକ୍ରମଣ ସ୍ଥିତି ଯାହା, ବାହାଘର ତାରିଖ ପୁଣି କେବେ ସ୍ଥିର ହେବ ସେକଥା ବି କାହାକୁ ଜଣାନାହିଁ।

ସେହିପରି କଟକ ତୁଳସୀପୁରସ୍ଥିତ ଶଶୀମଣିଙ୍କ ପୁଅ ସଚିନଙ୍କ ବାହାଘର ମେ ୧ ତାରିଖରେ ହୋଇଥାନ୍ତା। ଏମିତିକି ନିମନ୍ତ୍ରଣ କାର୍ଡ ଛପାଇ କିଛି କିଛି ବାଣ୍ଟି ମଧ୍ୟ ସାରିଥିଲେ। ମଙ୍ଗଳାବାଗ ଅଞ୍ଚଳର ସରସ୍ୱତୀ ଦେବୀଙ୍କ ଝିଅ ସ୍ମୃତିଙ୍କ ସହ ଆଉ ୨ଦିନ ପରେ ସଚିନଙ୍କ ହାତଗଣ୍ଠି ପଡିଥାନ୍ତା। ହେଲେ ଲକଡାଉନ୍ ପାଇଁ ବାହାଘର ବନ୍ଦ। ସମସ୍ତଙ୍କ ମନ ଟିକେ ଫିକା ପଡିଯାଇଛି ହେଲେ କରୋନା ସଂକ୍ରମଣରୁ ରକ୍ଷା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେଲେ ବାହାଘର ଘୁଞ୍ଚାଇବା ହିଁ ସଠିକ୍ ନିଷ୍ପତ୍ତି ବୋଲି ସମସ୍ତେ ଅନୁଭବ କରିଛନ୍ତି।

ସେହିପରି କରୋନା ଯୁଦ୍ଧବେଳେ ଜାଗ୍ରତ ଯୋଦ୍ଧା ସାଜିଥିବା ଏ ଦୁଇ ପୋଲିସ୍ ଅଧିକାରୀ ବି ଲକଡାଉନ୍ ପାଇଁ ଘୁଞ୍ଚାଇ ଦେଇଛନ୍ତି। ନିଜ ନୂଆ ଜୀବନ ଆରମ୍ଭର ଶୁଭ ଦିନକୁ ଗତ ୨୬ ତାରିଖ ଅକ୍ଷୟ ତୃତୀୟାରେ ପରସ୍ପରର ହାତ ଧରି ସବୁ ଦିନ ପାଇଁ ସାଥୀ ହୋଇଥାନ୍ତେ ବ୍ରହ୍ମପୁର ସଦର ଥାନାରେ କାର୍ଯ୍ୟରତ ଏସ୍ଆଇ ବିଭୂତି ଭୂଷଣ ସେଠୀ ଓ ଭଦ୍ରକ ତିହିଡ଼ି ଥାନାରେ କାର୍ଯ୍ୟରତ ସସ୍ମିତା। ସବୁ ପ୍ରସ୍ତୁତି ସରିଥିଲା, କାର୍ଡ ବଣ୍ଟା ଯାଇ ବନ୍ଧୁ ନିମନ୍ତ୍ରଣ ବି ସରିଥିଲା ହେଲେ ଲକଡାଉନ୍ ସହ ସାମାଜିକ ଦୂରତ୍ୱ ନିୟମକୁ ମାନି ନିଜ ସ୍ୱାର୍ଥକୁ ପଛ କରି ଦେଇଥଲେ ବିଭୂତି ଓ ସସ୍ମିତା।

ସେପଟେ ଜ୍ୟୋତିଷଙ୍କ ମତରେ ଉତ୍କଳୀୟ ପାଞ୍ଜି ଅନୁସାରେ ଆସନ୍ତା ଜୁଲାଇ ୧୫ ପରଠାରୁ ନଭେମ୍ବର ୨୫ ମଧ୍ୟରେ ଆଉ ମାଙ୍ଗଳିକ କାର୍ଯ୍ୟ ଯୋଗ ନାହିଁ। ତେଣୁ ଲକଡାଉନ୍ ଖୋଲିଲେ ବି ସଂକ୍ରମଣ କଟକଣା ଭିତରେ କିଭଳି ହେବ ବାହାଘର ତାକୁ ନେଇ ବି ବଢିଲାଣି ଚିନ୍ତା।

ଏନେଇ ଜ୍ୟୋତିଷ ପଣ୍ଡିତ ଦିବାକର ମିଶ୍ର କହିଛନ୍ତି ଯେ ଜୁଲାଇ ୨ ତାରିଖରୁ ଏକାଦଶୀ ହେବା କଥା। ଜୁଲାଇ ୧୫ ଠାରୁ ବିବାହ ବନ୍ଦ ହେଇଯାଉଛି। ବିଷ୍ଣୁ ଶୟନରେ ଥିବାରୁ ଶୁଭ କାର୍ଯ୍ୟ ନିଷେଧ ହୋଇଥାଏ।

ଆହୁରି ପଢ଼ନ୍ତୁ

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା’କ୍ଷୀର

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

‘କରୋନା କଣ ଆମେ ଜାଣିନୁ’

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

You might also like