ଏ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା

ଭୁବନେଶ୍ୱର: ଏ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା। ପ୍ରଥମ ବର୍ଷରେ ୩୩% ମାର୍କ ବାଧ୍ୟତାମୂଳକ ନେଇ ପୂର୍ବରୁ ଯାହା ଘୋଷଣା ହୋଇଥିଲା ତାହା ଲାଗୁ ହେବନି। କେବଳ ସେତିକି ନୁହେଁ  ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବନି। ଏହି ନିୟମ ଆସନ୍ତା ବର୍ଷ ଲାଗୁ କରାଯିବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ପୂର୍ବରୁ +୨ ପ୍ରଥମ ବର୍ଷରେ ୩୩% ମାର୍କକୁ କଡ଼ା ବିରୋଧ ହୋଇଥିଲା। ସାରା ରାଜ୍ୟରେ ଛାତ୍ରଛାତ୍ରୀମାନେ ଏହାର କଡ଼ା ବିରୋଧ କରିଥିଲେ।

୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ

You might also like