• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଜଳସେଚନ ବ୍ୟବସ୍ଥା କଲେ ୨ ଛାତ୍ର
  • ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ
  • ଜମିରେ ଫଳାଇଲେ ସୁନାର ଫସଲ 

କାମାକ୍ଷାନଗର(ବିଦ୍ୟାଧର ବରାଳ) : ନିଜର ବୁଦ୍ଧି ବଳରେ ଜମିରେ ସୁନାର ଫସଲ ଫଳାଇଛନ୍ତି ୨ ଛାତ୍ର । ଅଳ୍ପ ଅର୍ଥ ଖର୍ଚ୍ଚ କରି ବିଲରେ ପାଣି ମଡ଼ାଇବା ପାଇଁ ଜଳସେଚନ ବ୍ୟବସ୍ଥା କରିଛନ୍ତି । ଫଳରେ ଏକର ଏକର ଚାଷ ଜମିରେ ସୁନାର ଫସଲ ଖେଳୁଛି  ।

ଗାଁ ପାଖ ଦେଇ ଯାଇଥିବା ନାଳର ସ୍ରୋତରେ ଖଞ୍ଜା ହୋଇଛି ଜଳଚକ୍ର । ଲୁହା ରଡ଼, ବାଉଁଶ, ବେରିଂ, ଅଦରକାରୀ ପ୍ଲାଷ୍ଟିକ ବୋତଲ ଏବଂ ସୁତୁଲିରେ ତିଆରି ହୋଇଛନ୍ତି ଏହି ଜଳଚକ୍ର । କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗାଁର ଯୁକ୍ତ ତିନିରେ ପଢ଼ୁଥିବା ଦୁଇ ଛାତ୍ର ଜଗନ୍ନାଥ ଦାସ ଓ ବବୁଲ ସାହୁ ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ଏହି ଜଳସେଚନ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ତାଙ୍କୁ ଲାଗିଥିଲା ମାତ୍ର ୩ ଦିନ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଳଚକ୍ର ଲାଗି ଖର୍ଚ୍ଚ ହୋଇଛି ମାତ୍ର ୭ଶହ ଟଙ୍କା ।

କୃଷି ପ୍ରଧାନ ବାଇସିଙ୍ଗା ଗାଁରେ ଜମିରେ ଜଳସେଚନ ମୁଖ୍ୟ ସମସ୍ୟା ରହିଛି । ମୋଟର ସାହାଯ୍ୟରେ ପାଣି ମଡ଼ାଇବାକୁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଅନେକ ଚାଷୀ ମଧ୍ୟ ପାଣି ମଡ଼ାଇବାକୁ ସକ୍ଷମ ହୋଇ ପାରୁନଥିଲେ । ଏତିକିବେଳେ ମାତ୍ର ଅଳ୍ପ କିଛି ଟଙ୍କା ଖର୍ଚ୍ଚରେ ଏହି ଜଳଚକ୍ର ପ୍ରକଳ୍ପ ନେଇ ଚାଷୀ ବେଶ ଖୁସି । ଏହାଦ୍ୱାରା ଏକର ଏକର ଜମି ଜଳସେଚିତ ହୋଇପାରୁଛି  । ଦୁଇ ଛାତ୍ରଙ୍କ ପାଇଁ ୨ରୁ ୩ ଏକର ଜମିରେ ସୁନାର ଫସଲ ହସୁଛି ।

ଜଣେ ସ୍ଥାନୀୟ ବାସିନ୍ଦା ତାରିଣୀସେନ୍ ବାରିକ କହିଛନ୍ତି, ପ୍ରଥମେ ମୋତେ ସନ୍ଦେହ ହେଉଥିଲା । ଲାଗିଲା ଏକ ଖେଳନା ତିଆରି କରିଛନ୍ତି ଦୁଇ ଜଣ । କିନ୍ତୁ ପରେ ତାଙ୍କ ଦକ୍ଷତା ସମ୍ପର୍କରେ ଜାଣିପାରିଲି । ଉଭୟଙ୍କ ନିଆରା ଚିନ୍ତାଧାରା ପାଇଁ  ୩ରୁ ୪ ଏକର ଜମିକୁ ସହଜରେ ଜଳସେଚିତ କରାଯାଇ ପାରୁଛି, ଯାହା ବେଶ୍ ପ୍ରଶଂସନୀୟ । 

ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳିଲେ ଉଭୟେ ଅଧିକ ସଂଖ୍ୟକ ଜଳଚକ୍ର ପ୍ରସ୍ତୁତ କରି ଗ୍ରାମବାସୀଙ୍କୁ ଯୋଗାଇବାକୁ ଯୋଜନା ରଖିଛନ୍ତି। ସେପଟେ ଦୁଇ ଛାତ୍ରଙ୍କ ଉଦ୍ୟମକୁ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି । କୃଷି ଓ କୃଷକଙ୍କ ପାଇଁ ବେଶ ସହାୟ ହୋଇପାରିଛି ଏହି ଜଳଚକ୍ର । ତେବେ ସରକାରଙ୍କ ସାହାଯ୍ୟ ସହଯୋଗ ଏହି ଦୁଇ ଛାତ୍ରଙ୍କ ପାଇଁ ବେଶ ସମ୍ଭାବନା ସୃଷ୍ଟି କରି ପାରିବ ।

Nnovative-irrigation-arrangement-at-low-cost-otv-report-frrom-dhenkanal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories