ଆସନ୍ତା ୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଷୀ ସମାବେଶ

ସରକାରଙ୍କ ବିରୋଧରେ ଗର୍ଜିବେ ହଜାର ହଜାର ଚାଷୀ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ରାଜଧାନୀରେ ବିରାଟ ଚାଷୀ ସମାବେଶ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ଏହି ସମାବେଶ ଆରମ୍ଭ ହେବ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବେ ହଜାର ହଜାର ଚାଷୀ। ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବ ନିର୍ମାଣ କୃଷକ ସଂଗଠନ ଏହି ସୂଚନା ଦେଇଛି।

ସଂଗଠନର ଅଭିଯୋଗ କରିଛି ଯେ ରାଜ୍ୟ ସରକାରଙ୍କ ମନ୍ତ୍ରିସ୍ତରୀୟ କମିଟି ୨ଥର ବସିଲା, କିନ୍ତୁ ଚାଷୀଙ୍କ ଦାବି ସମ୍ପର୍କରେ କିଛି ଠୋସ୍ ପଦକ୍ଷେପ ନିଆଗଲାନି, ବରଂ ଏହାକୁ ଏଡ଼ାଇବାକୁ କାଳିଆ ଯୋଜନା କଲେ। ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଚାଷୀଙ୍କ ଦାବି ଉପରେ ବିଚାର କରିବାକୁ ଦାବି କରିଛି ନବ ନିର୍ମାଣ କୃଷକ ସଂଗଠନ।

You might also like