ନବନିର୍ମାଣ କୃଷକ ସଂଗଠନର ରାଜ୍ୟବ୍ୟାପୀ ବନ୍ଦ୍‌, ଦୁର୍ଭାଗ୍ୟଜନକ କହିଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାପ ଓ ଧମକକୁ ନ ଡରି ସାରା ରାଜ୍ୟରେ ଚାଷୀଙ୍କ ପାଇଁ ଗର୍ଜିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସଂଗଠନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅଚଳ ହୋଇପଡ଼ିଥିଲା ସାରା ଓଡ଼ିଶା। କଟକରୁ କୋରାପୁଟ ଏବଂ ରାଉରକେଲାରୁ ରାଜଧାନୀ ଯାଏ, ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର, କଟକ, ଯାଜପୁର ଓ ବ୍ରହ୍ମପୁର ପ୍ରାୟ ସବୁଠି ଚାଷୀ ରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବା ସହିତ ସରକାରଙ୍କ ବିରୋଧରେ କଡ଼ା ସ୍ଲୋଗାନ୍ ଦେଇଛନ୍ତି।

ସରକାରଙ୍କ ଚାପ ଓ ଧମକକୁ ନ ଡରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ବନ୍ଦରେ ସାମିଲ ହୋଇଥିଲେ। ଭୁବନେଶ୍ୱରର ନନ୍ଦନକାନ ରୋଡ୍, ବାଣୀବିହାର, କଳ୍ପନା ଛକ, ଖଣ୍ଡଗିରି, ରାଜମହଲ ଆଦି ପ୍ରମୁଖ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ।

କଟକ ବାଲିକୁଦା ଛକରେ ଚାଷୀ ମାନବଶୃଙ୍ଖଳ ଗଠନ କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ନାକେଦମ୍ ହୋଇଥିଲା ପୁଲିସ। ସହରର ବିଭିନ୍ନ ସ୍ଥାନରେ ପିକେଟିଂ ସାଙ୍ଗକୁ ବାଇକ୍ ରାଲି କରି ବନ୍ଦ ପାଳନକୁ ଜୋରଦାର କରାଯାଇଥିଲା। ଭଦ୍ରକ, ଯାଜପୁର, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ସ୍ଥାନରେ ବି ନବ ନିର୍ମାଣ କୃଷକ ସଂଗଠନର କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

ବନ୍ଦ ପାଳନରୁ ଅତ୍ୟାବଶକୀୟ ସେବା ଓ ଶିକ୍ଷାନୁଷ୍ଠାନକୁ ବାଦ୍ ଦିଆଯାଇଥିଲେ ମଧ୍ୟ କେତେକ ସ୍କୁଲ କଲେଜ ବନ୍ଦ ରହିବା ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ ରହିଥିଲା। ରାସ୍ତାରେ ଯାନବାହନ ଚଳାଚଳ ବି ଖୁବ୍ କମ୍ ରହିଥିଲା। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ଦୋକାନ ବଜାର କେତେକାଂଶରେ ବନ୍ଦ ରହିଥିଲା। ସେହିପରି ଗାଡ଼ିମୋଟର ନଚାଲିବା ଯୋଗୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଯାତ୍ରୀ ଓ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଇଥିଲେ।

ସେପଟେ ବିଜେପି ଓ କଂଗ୍ରେସ ବନ୍ଦକୁ ନୈତିକ ସମର୍ଥନ ଦେଇଥିବାରୁ ଅନେକ ସ୍ଥାନରେ ଉଭୟ ଦଳର ନେତା ଓ କର୍ମୀଙ୍କୁ ବନ୍ଦ ପାଳନରେ ସାମିଲ ହେବା ଦେଖିବାକୁ ମିଳିଥିଲା। ତେବେ ଚାଷୀଙ୍କୁ ସହାୟତା ଲାଗି ସରକାର କାଳିଆ ଭଳି ଯୋଜନା ଆଣିଥିଲେ ମଧ୍ୟ ଏଭଳି ଆନ୍ଦୋଳନ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନ ଏକାଧିକ ବାର ଭୁବନେଶ୍ୱରରେ ସମାବେଶ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଫୋର୍ସ ଲଗାଇ ଏହାକୁ ଭଣ୍ଡୁର କରିଥିଲେ ରାଜ୍ୟ ସରକାର। ତେବେ ଆଜି ବନ୍ଦର ପରେ ସଂଗଠନ ଆଗକୁ କେଉଁ ରାସ୍ତା ଆପଣାଉଛି ତା ଉପରେ ନଜର।

 

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like