ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରୁ ନିର୍ବାଚନୀ ସଭା ସାରି ହେଲିପ୍ୟାଡକୁ ଫେରୁଥିବାବେଳେ କଲେଜ ଛକ ନିକଟରରେ କୃଷକ ସଂଗଠନର ରାଜ୍ୟ ସହ-ସଂଯୋଜକ ରଶ୍ମିରଂଜନ ସ୍ୱାଇଁ ନାରାବାଜି କରିଥିଲେ।

ତେବେ ଏଇ ଘଟଣାରେ ପୁଲିସ୍ ରଶ୍ମିଙ୍କୁ ଗିରଫ କରିନଥିବା ଜଣାପଡିଛି। ସେପଟେ ଚାଷୀମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବାବେଳେ ସେମାନଙ୍କ ଉପରେ ଦମନଲୀଳା ପ୍ରତିବାଦରେ ଏଭଳି ପଦକ୍ଷେପ ନେଇଥିବା ରଶ୍ମି କହିଛନ୍ତି।

You might also like