• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଶେଷରେ ସ୍ଥଗିତ ହେଲା NMAର ଚିଠା ବାଇ-ଲ। ଶ୍ରୀକ୍ଷେତ୍ର ଲାଗି ଉଦ୍ଦିଷ୍ଟ ବାଇ-ଲ ପ୍ରତ୍ୟାହାର ପରେ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ଲାଗି ପ୍ରସ୍ତୁତ ବାଇ-ଲ କୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଚିଠି ଗତ ୯ ତାରିଖରେ ଅବଗତ କରିଥିବା ବେଳେ ଏହା ଏବେ ସାମ୍ମାକୁ ଆସିଛି। ତେବେ ବାଇ-ଲ ସ୍ଥଗିତ ନୁହେଁ, ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି ରଖିଛି ବିଜେଡି। ସେପଟେ ଆଜି ଟ୍ୱିଟ୍‌ କରି ସାଂସଦ ଅପରାଜିତ ଷଡ଼ଙ୍ଗୀ କହିଛନ୍ତି, ଐତିହ୍ୟସ୍ଥଳୀର ବିକାଶ ହେଉ, କିନ୍ତୁ ନିୟମ ବାହାରେ କିଛି କରାନଯାଉ। କାରଣ ବାଇ-ଲ ପ୍ରତ୍ୟାହାର କି ସ୍ଥଗିତ ରହିଲେ ବି ବଳବତ୍ତର ରହିବ ଆମ୍ସାର୍ ଆଇନ୍।

ସ୍ଥଗିତ ରହିଲା NMAର ଚିଠା ବାଇ-ଲ। ଏକାମ୍ର କ୍ଷେତ୍ରର ଐତିହ୍ୟସ୍ଥଳି ଲାଗି ଜାତୀୟ ସ୍ମାରକ ପ୍ରାଧିକରଣ NMAର ବହୁ ଚର୍ଚ୍ଚିତ ଡ୍ରାଫ୍ଟ ବାଇ ଲକୁ ନେଇ ବିବାଦ ପରେ ଶେଷରେ ଏହାକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର। ବାଇ-ଲ ସ୍ଥଗିତ ରଖାଯାଇଥିବା ନେଇ ଗତ ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏକ ଚିଠି ଲେଖିଥିଲେ। ଚିଠିରେ ସ୍ପଷ୍ଟ ଭାବରେ ସଂସ୍କୃତି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, NMAର ଚିଠା ଅଧିନିୟମକୁ ସ୍ଥଗିତ ରଖାଯିବା ସହ ଏ ପ୍ରସଙ୍ଗରେ ସବୁ ବର୍ଗଙ୍କ ସହ ଆଲୋଚନା କରି ମତାମତ ନିଆଯାଇ ପଦକ୍ଷେପ ନିଆଯିବ।

ଏପଟେ ବାଇ-ଲ ସ୍ଥଗିତ ପରେ ଏହାକୁ ନେଇ ରାଜ୍ୟ ସରକାର ଆଉ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମତ ରଖିଥିବା ବେଳେ ବାଇ-ଲ ବିକାଶ କାମରେ ବାଧା ଉପୁଜାଉଥିବା କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା।  ତେଣୁ ବାଇ-ଲ ସ୍ଥଗିତ ନୁହେଁ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ଆଲୋଚନା ପରେ NMAର ଚିଠା ଅଧିନିୟମକୁ ସ୍ଥଗିତ ରଖାଯ।ଇଛି। ପରିବର୍ତ୍ତୀ ସମୟରେ ଆଲୋଚନା ହେବା ପରେ କୌଣସି ନିଷ୍ପତ୍ତି ନିଆଯିବ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର କୌଣସି ରାଜନୀତି କରିବାର ଆବଶ୍ୟକତା ନଥିବା ପ୍ରତାପ କହିଛନ୍ତି। 

ସେପଟେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବାଇ-ଲ ଆଣିବା ପରେ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ମନ୍ଦିର ଓ ମନ୍ଦିର ଚାରିପାଖରେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହେବାର କଥା ତାହା ଉପରେ ଗୋଟିଏ ପ୍ରକାର ପ୍ରତିବନ୍ଧକ ଲାଗିଥିଲା। ଏହାକୁ ସ୍ଥଗିତ ନୁହେଁ ପୂରା ପ୍ରତ୍ୟାହାର କରିବାର ଆବଶ୍ୟକତା ବୋଲି ଶ୍ରୀ ଜେନା କହିଛନ୍ତି।

ଏପଟେ NMA ବାଇ-ଲ ସ୍ଥଗିତ ପରେ ଏ ପ୍ରସଙ୍ଗରେ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।  ଅପରାଜିତା କହିଛନ୍ତି, ବାଇ-ଲ ପ୍ରତ୍ୟାହାର ହେଲେ ବି ଐତିହ୍ୟସ୍ଥଳି ଲାଗି ଆମ୍ସାର୍ ଆକ୍ଟ ବଳବତ୍ତର ରହିବ। ସେହିଭଳି ଐତିହ୍ୟସ୍ଥଳୀର ବିକାଶ ହେଉ, କିନ୍ତୁ ନିୟମ ବହିର୍ଭୁତ କାର୍ଯ୍ୟ କରାନଯାଉ। ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟ ପୂର୍ବରୁ ରାଜ୍ୟ ସରକାର ASIର ଅନୁମତି ନିଅନ୍ତୁ।

ASI ଓ NMAଙ୍କ ଅଜ୍ଞାତରେ କିଛି ବି କାର୍ଯ୍ୟ ନକରିବାକୁ ଚେତାଇଛନ୍ତି ଅପରାଜିତା। ଏହା ପୂର୍ବରୁ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ପ୍ରସଙ୍ଗରେ BDA ଓ BMC ASIକୁ ସହଯୋଗ କରିନଥିବା ଅଭିଯୋଗ ବି ଆଣିଥିଲେ ଅପରାଜିତା। ୨୦୧୮ରୁ ୨୦୨୧ ଭିତରେ ବିଏମ୍ସି ଓ ବିଡିଏକୁ ୪ରୁ ଅଧିକ ଥର ଚିଠି ଲେଖି ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଜାଣିବାକୁ ଚାହିଁଥିଲା ASI। କିନ୍ତୁ ସେସବୁ ଚିଠିର ଗୋଟିଏ ହେଲେ ଉତ୍ତର ବିଡିଏ କିମ୍ବା ବିଏମସି ରଖିନଥିବା କହିଛନ୍ତି ASI ଓଡ଼ିଶା ମୁଖ୍ୟ। ଏପଟେ ସେମାନଙ୍କୁ କିନ୍ତୁ ଗୋଟିଏ ହେଲେ ବି ଚିଠି ମିଳିନଥିବା କହିଛନ୍ତି ବିଏମ୍ସି କମିଶନର।

https://youtu.be/9WqGgrbOx6M

ଭୁବନେଶ୍ୱରୁରୁ ଅର୍ଚ୍ଚନା ଶତପଥୀ, ହରିହର ଚାନ୍ଦ ଓ ଶିବାନନ୍ଦ ରାଉତଙ୍କ ରିପୋର୍ଟ

Nma-by-law-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories