“ଆମେ ନିୟମ ରଜାଙ୍କୁ ପୂଜା କରୁଛୁ, ଆମର କିଛି ହେବ ନାହିଁ”

କରୋନା ଟେଷ୍ଟ୍‌କୁ ବିରୋଧ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। ଆମେ ନିୟମ ରଜାଙ୍କୁ ପୂଜା କରୁଛୁ ଆମର କିଛି ହେବ ନାହିଁ କହି ଟେଷ୍ଟକୁ ବିରୋଧ କରୁଛନ୍ତି। ଏନେଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସକକା ଲଦ କହିଛନ୍ତି ଯେ, ନିୟମ ରଜାଙ୍କୁ ପୂଜା କରୁଥିବାରୁ ସେମାନଙ୍କର କିଛି ହେବ ନାହିଁ। ଆଜି ନିୟମଗିରି ପାହାଡ଼ ତଳେ ଥିବା ପରସାଲିରେ ପ୍ରଶାସନ ପକ୍ଷରୁ କରୋନା ଟେଷ୍ଟ ହେବାର ଥିଲା। ଏଥିଲାଗି ଗାଁରେ ଟିମ୍ ପହଞ୍ଚିଥିଲେ ବି କନ୍ଧ ସମାଜର ଲୋକେ ତାଙ୍କୁ ସହଯୋଗ କରିନଥିଲେ। ଟିମରେ ଥିବା କଲ୍ୟାଣସିଂହପୁର ବିଡିଓ କହିଛନ୍ତି, ଏନେଇ ଲୋକଙ୍କୁ ବୁଝାସୁଝା କରାଯାଉଛି।

ତେବେ ରାଜ୍ୟରେ, ଆଜି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। କଟକରୁ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ସର୍ବାଧିକ ୯୦୯ ଓ ସୁନ୍ଦରଗଡରୁ ୮୩୨  ପଜିଟିଭ ଚିହ୍ନଟ ହୋଇଛନ୍ତି।

You might also like