ଓଡ଼ିଶା ବିକାଶ କନକ୍ଲେଭ ୨୦୧୮ ଉଦ୍‌ଘାଟିତ

ରାଜ୍ୟକୁ ନୀତି ଅାୟୋଗ ଉପାଧ୍ୟକ୍ଷଙ୍କ ସାର୍ଟିଫିକେଟ୍

ଭୁବନେଶ୍ୱର : ବିକାଶ କ୍ଷେତ୍ରରେ ପ୍ରଗତି କରୁଛି ଓଡ଼ିଶା। ରାଜଧାନୀରେ ଅାୟୋଜିତ ଓଡ଼ିଶା ବିକାଶ କନକ୍ଲେଭ ୨୦୧୮ର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟକୁ ଏଇ ସାର୍ଟିଫିକେଟ୍ ଦେଇଛନ୍ତି। ନୀତି ଅାୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଜାତୀୟ ସ୍ତରର ବିକାଶ ହାର ୬.୭ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ବିକାଶ ହାର ତାଠାରୁ ଭଲ ବୋଲି କହିଛନ୍ତି ରାଜୀବ କୁମାର।

ତେବେ ବିକାଶର ଫାଇଦା ସବୁ ଲୋକଙ୍କୁ ମିଳୁଛି କି ନାହିଁ ତାହା ମୁଖ୍ୟ ପ୍ରସଙ୍ଗ ବୋଲି ସେ କହିଛନ୍ତି। ଏହା ସହ ଦେଶରେ ଅପପୁଷ୍ଟି, ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ନୀତି ଅାୟୋଗ ଉପାଧ୍ୟକ୍ଷ।  ଏହି କନକ୍ଲେଭ ୩ ଦିନ ଧରି ଚାଲିବାକୁ ଥିବାବେଳେ ୧୯ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଅାଲୋଚନା କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରୁ ୮୦୦ରୁ ଅଧିକ ପ୍ରତିନିଧି ଏହି କନକ୍ଲେଭରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେପଟେ ଓଡ଼ିଶା ବିକାଶ କନକ୍ଲେଭରେ ଯୋଗ ଦେଇ ରାଜ୍ୟ ସରକାରକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟର କୌଣସି ଗୋଟିଏ ବିଏଡ୍ କଲେଜ କିମ୍ବା ୟୁନିଭର୍ସିଟି ଖୋଲା ନଯିବା ଘଟଣାକୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ସେହିପରି  ଶିଳ୍ପ କ୍ଷେତ୍ରରେ ଓଡିଶା ପ୍ରଗତି କରୁଥିବା ନେଇ ସରକାର ବଡିମା ଦେଖାଉଥିବା ବେଳେ ରାଜ୍ୟର ଏକ ତୃତୀୟାଂଶ ଲୋକ କାହିଁକି ବାହାର ରାଜ୍ୟକୁ କାମ ଖୋଜିବାକୁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

You might also like