• translate
Prangyan Parimita

ରାଉରକେଲା: NIT କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ । ରାଉରକେଲା NITର ୧୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ NIT କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପରେ  ନେଗେଟିଭ ଚିହ୍ନଟ ହୋଇଥିବା ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।  ସେହିପରି ଆଜିଠାରୁ ବାକି ପିଲାଙ୍କର କୋଭିଡ୍ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ରାଉରକେଲା NIT ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି ।

 

ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ପ୍ରଥମେ କଟକ ଆଉ ତା’ପରେ ଭୁବନେଶ୍ୱର ଆଉ ଏବେ ରାଜ୍ୟର ବିଭିନ୍ନ  ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।  ସେପଟେ ଭବାନୀପାଟଣା ପ୍ରଗତି କଲେଜରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲେଜକୁ ଗତକାଲି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।  କଳାହାଣ୍ଡି ଜିଲ୍ଲାପାଳ ପ୍ରଗତି କଲେଜକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । କଲେଜ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଓ କଲେଜରୁ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି  ।

Other Stories

  • Andhra Milk sale in Odisha
    Koraput ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର

    ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ।

  • Milk Meant For Free Distribution In Andhra Pradesh Being Sold In Koraput’s Pottangi
    Milk ଓଡିଶାରେ ଆନ୍ଧ୍ର ସରକାରୀ କ୍ଷୀର

    ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର । ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଯାଉଥିବା ମାଗଣା କ୍ଷୀରକୁ କୋରାପୁଟ ପଟାଙ୍ଗୀରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ନଜର ପକାନ୍ତୁ ପୁରା ଘଟଣା ଉପରେ ।

  • Cyclone Jawad  |  Rains Damage Paddy Crops In Nilagiri, Balasore
    Cyclone Jawad ଆଣ୍ଠୁଏ ପାଣିରେ ଭାସୁଛି ବର୍ଷକର ଆହାର

    ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ...

  • Mamita Meher Murder Case  | Hearing On Bail Petition Of Gobinda Sahu Today
    Mamita Meher Murder Case ଗୋବିନ୍ଦ ମାଗୁଛି ଜାମିନ

    ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଆଜି ହେବ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲାର ଶୁଣାଣି ହେବ ।