• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଫୋନି ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଫୋନି ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ।

ନିରଞ୍ଜନ କହିଛନ୍ତି, ଗଣମାଧ୍ୟମର ପ୍ରଚାର ପ୍ରସାର ଯୋଗୁଁ ମୃତ୍ୟୁ ସଂଖ୍ୟା କମିଛି। କିନ୍ତୁ ସରକାର ଏଯାଏଁ ବହୁ ବାତ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିପାରିନାହାନ୍ତି। ଅନେକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚିନି। ପୁରୀ ସହର ଭିତରେ ଅନେକଙ୍କୁ ରିଲିଫ୍ ସାମଗ୍ରୀ ମିଳିନାହିଁ। ପୁରୀ ଜିଲ୍ଲାର ସାତପଡ଼ା ଓ ବ୍ରହ୍ମଗିରିରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ନିକଟରେ ଏଯାଏଁ ପ୍ରଶାନ ପହଞ୍ଚିନଥିବା ସେ ଅଭିଯୋଗ କରିଛନ୍ତି।

୧୯୯୯ ମହାବାତ୍ୟାରେ ୫ ଦିନରେ ଆସିଯାଇଥିଲା ପାଣି ଓ ବିଜୁଳି। କିନ୍ତୁ ଫୋନି ପରେ ସହରବାସିନ୍ଦା ଅଢ଼େଇ ହଜାର ଟଙ୍କା ଦେଇ ଜେନେରେଟର୍ ସାହାଯ୍ୟରେ ପାଣିଟାଙ୍କି ଭର୍ତ୍ତି କରୁଛନ୍ତି। ବାତ୍ୟା ପାଇଁ ପ୍ରସ୍ତୁତ ଥିବା କହୁଥିବା ସରକାରଙ୍କର ଏ କିଭଳି ପ୍ରସ୍ତୁତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ତେବେ ଏନେଇ ରାଜ୍ୟ ସରକାର କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Niranjan-pattnaik-target-odisha-government-on-fani
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories