ଭୁବନେଶ୍ୱର: ନବଙ୍କ କଂଗ୍ରେସ ଦଳରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଏହା କଷ୍ଟଦାୟକ ହେଲେ ବି ଭଲ ବୋଲି କହିଛନ୍ତି ନିରଞ୍ଜନ। ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ। ଯେଉଁମାନେ ଆଦର୍ଶହୀନ ରାଜନୀତି କରନ୍ତି, ସେମାନେ ଚାଲିଯିବା ଭଲ ବୋଲି ନିରଞ୍ଜନ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ରାଜନୀତିକୁ ବ୍ୟବସାୟିକ ସ୍ୱାର୍ଥରେ ଲଗାନ୍ତି, ସେମାନେ ଯିବା ଭଲ। ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୃଢ଼ ହୋଇଛି ବୋଲି ସେ ଟ୍ୱିଟ୍ କରିଛନ୍ତି।
As I had clarified to the media, news like this does pain me. But in hindsight, I think this is good for us. People who are not committed to the ideology & treat politics as commercial activity are doing great service to us by quitting.
Odisha Congress stands STRONGER THAN EVER! https://t.co/hfpRSnq7LE
— Niranjan Patnaik (@NPatnaikOdisha) 16 January 2019