ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱର: ଉପନିର୍ବାଚନ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜେ ଲୋକଙ୍କ ପାଖକୁ ନଯାଇ, ଘରେ ସୁରକ୍ଷିତ ରହି ଭର୍ଚୁଆଲ ରାଲି କରୁଛନ୍ତି।

ହେଲେ ନିଜେ ସୁରକ୍ଷିତ ରହି ଲୋକଙ୍କୁ ବିପଦ ମୁହଁକୁ କାହିଁକି ଠେଲି ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି।

ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ ମାସ୍କ କିଣା ଠାରୁ ଭେଣ୍ଟିଲେଟର ଯାଏ କୋଟି କୋଟି ଦୁର୍ନୀତି ହୋଇଛି।

୨୧ ବର୍ଷରେ ଓଡ଼ିଶାର କ’ଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢୁଥିଲେ ବି ଆପଣ ଚୁପ୍ ରହିବା କାରଣ କଣ ? RSS ଏବଂ ବିଜେପି ସହ ଆପଣଙ୍କ ସଂପର୍କ କଣ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ବିଜେପିକୁ ରାଜ୍ୟସଭା ସିଟ୍‌ ଦେବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ ପଟ୍ଟନାୟକ। ସଂଖ୍ୟା ନଥାଇ ବିଜେପିକୁ କଣ ଭୟ କରି ରାଜ୍ୟସଭା ସିଟ୍ ଦେଲେ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

You might also like