ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍କୁ କଂଗ୍ରେସର ଟାର୍ଗେଟ। ଏନେଇ ଆଜି ଏକ ପ୍ରେସ୍ମିଟ୍ରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍କୁ ଅବାସ୍ତବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା କେମିତି ଖର୍ଚ୍ଚ ହେବ ବିଧାନସଭା ଡାକି ଆଲୋଚନା କଲେ ଭଲ ହୁଅନ୍ତା ବୋଲି ନିରଞ୍ଜନ କହିଛନ୍ତି।
ପୂର୍ବରୁ କ୍ୟାବିନେଟ୍ ବୈଠକରେ କୃଷି ପାଇଁ ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଏ ନେଇ ମନ୍ତ୍ରିପରିଷଦରେ ମଧ୍ୟ ଘୋଷଣା ହୋଇଥିଲା। ଦୁଇଟି ଘଟଣାର ତୁଳନାତ୍ମକ ଚିତ୍ର ଦେଇ ରାଜ୍ୟ କିଏ ଚଳାଉଛି, ମନ୍ତ୍ରିପରିଷଦ ନା ବ୍ୟୁରୋକ୍ରାଟ୍ ଚଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି।
ଏଥିସହ କୋଭିଡ୍ ହସ୍ପିଟାଲର କାର୍ଯ୍ୟକାରିତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସେ। ଯଦି ଅଧିକାଂଶ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଥିବା କଥା ସରକାର ଦାବି କରୁଛନ୍ତି, ତେବେ ବାହାର ଜିଲ୍ଲାର କରୋନା ଆକ୍ରାନ୍ତ କାହିଁକି କଟକ, ଭୁବନେଶ୍ୱର ଆସୁଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।
ଏହି ପ୍ରେସମିଟ୍ରେ ବିଧାୟକ ସୁରେଶ ରାଉତରାୟ, ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ।
କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏହି ପ୍ୟାକେଜ୍ରେ ରାଜ୍ୟରେ ଅର୍ଥନୀତିର ପୁନରୁତ୍ଥାନ ହେବ। କୃଷି ଆଦି କ୍ଷେତ୍ରରେ ଏହାର ବିନିଯୋଗ ହେବ। ରାଜ୍ୟର ଅର୍ଥନୀତି ନୂଆ ରୂପ ରେଖରେ ଆସିବ ବୋଲି ବିଜେଡି ସାଂସଦ ସୁବାସ ସିଂହ କହିଛନ୍ତି।
https://youtu.be/83vFesFIxdY