• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: ’ଜାତୀୟ ତୁଳନାରେ ରାଜ୍ୟ ସ୍ଥିତି ଭଲ ରହିଛି । ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ । କରୋନାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏପରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଅଧିକ ଲୋକଙ୍କର ଟ୍ରେସିଂ ଟେଷ୍ଟିଂ କରାଯିବା ଉଚିତ୍ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ RTPCR ରିପୋର୍ଟ ଆଣିବାକୁ କୁହାଯାଇଛି । ତେବେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଘରୋଇ ହସପିଟାଲକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ମେଡିସିନ୍, ବେଡ୍ ପ୍ରସ୍ତୁତ ଅଛି । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି  । ସ୍ଥିତି ଦେଖି ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ନିଷ୍ପତ୍ତି ନେବେ ।ଏବେ ଟାର୍ଗେଟ ଟେଷ୍ଟିଂ ଚାଲିଛି, ଆଗକୁ ଟେଷ୍ଟିଂ ଆହୁରି ବଢାଇବାର ଯୋଜନା ଥିବା କହିଛନ୍ତି ନିରଞ୍ଜନ ମିଶ୍ର ।

ସେପଟେ ଆଜି ଓଡ଼ିଶାରେ ପହଞ୍ଚିବ ଆଉ ୩ ଲକ୍ଷ ୪୯ ହଜାର କରୋନା ଟିକା । ଅପରାହ୍ଣ ସୁଦ୍ଧା ଏହି ଟିକା ରାଜ୍ୟରେ ପହଞ୍ଚିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲ୍ଡ ଟିକା ମହଜୁଦ ଅଛି । ରାଜ୍ୟରେ ପ୍ରତିଦିନ ୨ ଲକ୍ଷ ଟିକାକରଣର ଟାର୍ଗେଟ୍ ଥିବା ବେଳେ ଏବେ ତାହା ବଢ଼ିଛି ଯଦି ଆଗକୁ ଟିକା ନଅାସେ ତେବେ ଟିକାକରଣ କାଯର୍ୟକ୍ରମ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି ଯେତିକି ଟିକା ଅାସୁଛି ତାହା ୩ ଦିନରେ ହିଁ ଶେଷ ହୋଇଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଦ୍ୱିତୀୟ ଲହରୀରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲୋକେ ସଚେତନ ରହିବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀରେ କଡ଼ାକଡ଼ି ହେଲା ନିୟମ । ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ୫ ରାଜ୍ୟର ପର୍ଯ୍ୟଟକଙ୍କ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଣ୍ଟା ପୂର୍ବର RT-PCR ନେଗେଟିଭ୍ ରିପୋର୍ଟ ଦେଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରିପାରିବେ । ଏହି ସବୁ ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବ । ଏହିସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଥିବା । ଆଜି କରୋନା ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।  ଜିଲ୍ଲାପାଳ କହିଛନ୍ତି ୨ଟି ଯୋଗ୍ୟତା ଥିଲେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁମତି ମିଳିବ । ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ ରିପୋର୍ଟ ଥିଲେ ବି ୭ଦିନ ଆଇସୋଲେସନ ରହିବେ । ଉଭୟ ଡୋଜ୍ ଟିକା ନେଇଥିଲେ ପୁରୀ ଆସିବାକୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Niranjan-midhra-reaction-on-state-pandemic-situation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories