• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନା ମହାମାରୀ ପରେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିଛି। ତେଣୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକଙ୍କ ଟିକସ୍ ଛାଡ଼ କରାଯାଉ। ଯାହାଦ୍ୱାରା ଆର୍ଥିକ ଚାପରୁ କିଛି ମାତ୍ରାରେ ଲୋକେ ଆଶ୍ୱସ୍ତ ହେବେ। ଆଜି ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ମଦ ପାଇଁ ଯଦି ୩୫ ପ୍ରତିଶତ ଟିକସ୍ ଛାଡ଼ କରି ହେଉଛି, ତେବେ ଲୋକଙ୍କ ରାଜସ୍ୱ ପାଇଁ କାହିଁକି ନୁହେଁ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଆର୍ଥିକ ସ୍ଥିତି ସମ୍ପର୍କରେ ଲୋକଙ୍କୁ ସବିଶେଷ ତଥ୍ୟ ଜଣାନ୍ତୁ। କେଉଁ ବିଭାଗରେ କେତେ କର୍ମଚାରୀ ଆବଶ୍ୟକ ସେ ନେଇ ସମୀକ୍ଷା କରିବାକୁ କହିଛନ୍ତି ପିସିସି ସଭାପତି। ଏହାସହ ରାଜ୍ୟର ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ୮୦ରୁ ୮୫ ପ୍ରତିଶତ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦିଆଯାଉ। ଯାହାଦ୍ୱାରା ଏହି ମହାମାରୀ ବେଳେ ବେକାରୀ ସମସ୍ୟା ନଉପୁଜୁ।

ସେହିପରି ରାଜ୍ୟର ଆର୍ଥିକ ସ୍ଥିତି ନେଇ ତଥ୍ୟ ଦେଲେ ନିରଞ୍ଜନ। ରାଜ୍ୟ ସରକାର ୨୨୦୦ କୋଟି ଟଙ୍କା ଦରମା ଦେଉଛନ୍ତି। ୧୩୦୦ କୋଟି ଟଙ୍କା ପେନସନ୍‌ ଦେଉଛନ୍ତି। ୫୫୦ କୋଟି ଟଙ୍କା କରିଥିବା ଋଣର ସୁଧ ଦେଉଛନ୍ତି। ୪୦୦ କୋଟି ଟଙ୍କା ଅନ୍ୟାନ୍ୟ ଖର୍ଚ୍ଚ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପାଖରୁ ଟିକସ ବାବଦ ୩୩ ହଜାର କୋଟି ଟଙ୍କା ଆସୁଛି। ଅଣ ଟିକସ ବାବଦ ୧୨୫୦୦ କୋଟି ଟଙ୍କା ମିଳେ। ୨୦୦୪ ରେ ସରକାର ନିଷ୍ପତ୍ତି ନେଇଥିଲେ ଖାଲି ପଡିଥିବା ପଦବୀରୁ ୨୫% ପୂରଣ କରିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ପୂରଣ କଲେନାହିଁ।

Niranjan-demands-exemption-peoples-taxes
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories