ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ !

ତେଲକୋଇ (ଚିନ୍ମୟ ସାହୁ) : ପୁଣି ଲଜ୍ଜା। ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ହୋଇଛନ୍ତି ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ।

ଗୌରୀ (ଛଦ୍ମନାମ) ନାମକ ଜଣେ ନବମ ଛାତ୍ରୀ ଏହି ଅଞ୍ଚଳର ଏକ ଆବାସିକ ବାଳିକା ହଷ୍ଟେଲରେ ରହି ପାଠ ପଢୁଥିଲେ। ଛାତ୍ରୀଙ୍କ ଦେହ ଖରାପ ହେବାରୁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଡାକ୍ତର ଜାଣିବା ପରେ ସମ୍ପୃକ୍ତ ବିଦ୍ୟାଳୟ ପକ୍ଷରୁ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏନେଇ ହରିଚନ୍ଦନପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଯୁବକ ଶରତ ନାହାକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

You might also like