ବାହାବା ନେବାକୁ ଯାଇ ସ୍କୁଲରେ ଭାଣ୍ଡିଆ ହେଲେ ତହସିଲଦାର

ନୀଳଗିରି: ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧିବିଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଅାରେ ଭାଇରାଲ ହୋଇଛି। ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ନୀଳଗିରିର ଜାମୁନା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ତହସିଲଦାର।

ସେଠାରେ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢାଉଥିବା ବେଳେ ଅଞ୍ଚଳ ଶବ୍ଦର “ଞ୍ଚ “ର ସନ୍ଧିବିଚ୍ଛେଦ ନେଇ ଜଣେ ଛାତ୍ରୀଙ୍କୁ ପଚାରିଥିଲେ। ଛାତ୍ରୀ ଜଣଙ୍କ ଞ + ଚ = ଞ୍ଚ ବୋଲି କହିଥିଲେ। ତେବେ ଏହାକୁ ଭୁଲ ଦର୍ଶାଇ ତହସିଲଦାର ମହୋଦୟା ଙ+ଚ= ଞ୍ଚ ବୋଲି କଳାପଟାରେ ଲେଖି ଶିକ୍ଷୟିତ୍ରୀଙ୍କୁ ପିଲାଙ୍କ ଆଗରେ ତାଗିଦ କରିଥିଲେ। ଏହାକୁ ଶିକ୍ଷକମାନେ ଓଡ଼ିଆ ଛବିଳ ବର୍ଣ୍ଣବୋଧ ଅନୁସାରେ ଞ + ଚ = ଞ୍ଚ  ଠିକ ବୋଲି କହିଥିବା ବେଳେ ତହସିଲଦାରଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି। ଏହି ଖବର ବ୍ୟାପିଯିବା ପରେ ବୁଦ୍ଧିଜୀବୀ ମହଲ ତହସିଲଦାରଙ୍କ ଓଡ଼ିଆ ଜ୍ଞାନକୁ ନେଇ ନାସିକା କୁଞ୍ଚନ କରିଛନ୍ତି।

You might also like