ନୀଳଗିରି: ନୀଳଗିରି ସବ୍ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାକୁ ନେଇ ସବ୍ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ର ପ୍ରତିକ୍ରିୟା ରଖିଛନ୍ତି।
ତାଙ୍କ କମ୍ପ୍ୟୁଟର ସଫ୍ଟୱେର୍ ସମସ୍ୟା ହେଲେ ସେ ତାଙ୍କ ସ୍ୱାମୀ ହୁଅନ୍ତି କି ଆଉ କାହାକୁ ଡାକିକି ସମସ୍ୟାର ସମାଧାନ କରିଥାନ୍ତି ବୋଲି କହିଛନ୍ତି। ଜାଣିଶୁଣି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ନୀଳଗିରି ସବ୍ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ରଙ୍କ ସ୍ୱାମୀ ମାଧବାନନ୍ଦ ଜତିଶ ଜେଲ୍ ଭିତରେ କମ୍ପ୍ୟୁଟର ବ୍ୟବହାର କରୁଥିବା ଭିଜୁଆଲ ଭାଇରାଲ୍ ହୋଇଛି। ଜଣେ ଅଣ କର୍ମଚାରୀ କିପରି ଜେଲର୍ଙ୍କ ସ୍ଥାନରେ କାମ କରୁଥିଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।