• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୀଳଗିରି: ବହୁ ବିତର୍କ ପରେ ଏବଂ ବିଳମ୍ବରେ ଏବର୍ଷ ରଥଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କେବଳ ପୁରୀକୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ତାହା ପୁଣି ରାତି ଅଧରେ।

ନୀଳଗିରି ଜଗନ୍ନାଥ ମନ୍ଦିର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ । ୨୫ ତାରିଖ ମଧ୍ୟରାତ୍ରିରେ ଅଣସର ଗୃହରୁ ବାହାରିଲେ ମହାପ୍ରଭୁ । ରାତି ଅଧରେ ପ୍ରସ୍ତୁତ ହେଲା କୁନି କୁନି ତିନି ରଥ। ରଥାରୁଢ ହେଲେ ତିନିଠାକୁର। ସବାୟତ ମହାପ୍ରଭୁଙ୍କ ରଥ ଟାଣି ଟାଣି ଅସ୍ଥାୟୀ ମାଉସୀ ମା’ ମନ୍ଦିରକୁ ନେଇଥିଲେ।

ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପୁରୀ ରଥ ଦିନ ଠାକୁର ମନ୍ଦିରରୁ ପହଣ୍ଡି ହୋଇ ରଥାରୁଢ଼ ହୋଇଥାନ୍ତି । ଦୁଇଦିନ ଧରି ରଥଟଣା ହେବା ପରେ ଠାକୁର ମାଉସୀମା ମନ୍ଦିରରେ ବିଜେ ହୁଅନ୍ତି । ହେଲେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ  ଠାକୁର କେମିତି ଅଣସର ଘରୁ ବାହାରିବେ ତାହା ସ୍ପଷ୍ଟ ନ ହେବାରୁ ଚିନ୍ତାରେ ପଡିଥିଲେ ସେବାୟତ।

ତେଣୁ ଠାକୁରଙ୍କ ରୀତିନୀତି ସମ୍ପର୍କରେ କୌଣସି ବି ସଠିକ ତଥ୍ୟ ନ ମିଳିବାରୁ ସେବାୟତମାନେ ଠାକୁରଙ୍କୁ ମାଉସୀ ମା‘ ମନ୍ଦିର ନେବାକୁ ଜିଦ୍ ଧରି ମନ୍ଦିର ଆଗରେ ଧାରଣା ଦେଇଥିଲେ । ଶେଷରେ ୨୪ ତାରିଖରେ ପୁରୀ ଯାଇ ଛତିଶା ନିଯୋଗ ମୁଖ୍ୟ ଓ ଶଙ୍କରାଚାର୍ଯ୍ୟଙ୍କୁ ୨୫ ତାରିଖରେ ଭେଟିଥିଲେ ଓ ନୀତିକାନ୍ତି ନେଇ ଅବଗତ ହୋଇଥିଲେ। ଠାକୁର  ରଥରେ ନ ବସିଲେ ମନ୍ଦିରରେ କିପରି ରୀତିନୀତି ହୋଇପାରିବ ସେ ସମ୍ପର୍କରେ ସେମାନେ ମୁକ୍ତି ମଣ୍ଡପର ପଣ୍ଡିତ, ଶଙ୍କରାଚାର୍ଯ୍ୟଙ୍କୁ ପଚାରି ବୁଝିଲେ । ଏହାପରେ ଠାକୁରଙ୍କୁ ରଥାରୁଢ଼ କରାଯାଇ କିପରି ରୀତିନୀତି ସମ୍ପନ୍ନ କରାଯାଇ ପାରିବ ସେ ସମ୍ପର୍କରେ ସେମାନେ ଉପାୟ ବତାଇ ଦେଇଥିଲେ।

ପରେ ରାତିରେ ମନ୍ଦିର ଭିତରେ ରଥଯାତ୍ରା ପାଇଁ ସୂଚନା ଦେଇଥିଲେ । ଏହାପରେ ରାତି ଅଧରେ ୨ ଘଣ୍ଟା ଭିତରେ ୩ଟି କୁନି ରଥ ପ୍ରସ୍ତୁତ କରାଯାଇ ପରମ୍ପରା ସହ ରଥଯାତ୍ରା ଆୟୋଜନ କରାଯାଇଥିଲା।

ରାଜ ଉଆସରୁ ରାଜା ସାହେବ ବି ଛେରାପହଁରା ପାଇଁ ପହଞ୍ଚିଥିଲେ । ଠାକୁରଙ୍କୁ ପହଣ୍ଡି କରି କୁନି ରଥରେ ଆଣି ମନ୍ଦିର ପରିସରରେ ପ୍ରସ୍ତୁତ ଅସ୍ଥାୟୀ ମାଉସୀ ମା’ ଙ୍କ ଟେଣ୍ଟରେ ରଖାଯାଇଥିଲା। ବିଳମ୍ବିତ ରାତି ପ୍ରାୟ ୨ଟାରେ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲ।

ନିଳଗିରି ମନ୍ଦିରର  ସେବାୟତ କହିଛନ୍ତି, ଠାକୁରଙ୍କୁ ଜନ୍ମ ବେଦୀକୁ ନେଇପାରି ନ ଥିବାରୁ ମନ ଦୁଃଖ ହେଲା । ତଥାପି ଠାକୁର ରଥାରୁଢ଼ ହେବାରୁ ଖୁବ ଖୁସି ଲାଗିଲା। ଠାକୁରଙ୍କ ଆଶୀର୍ବାଦ ରହିଲେ ଆସନ୍ତା ବର୍ଷଠାରୁ ପୁଣି ଥରେ ପରମ୍ପରା ଅନୁଯାୟୀ ରଥ ଯାତ୍ରା ହେବ ବୋଲି କହିଛନ୍ତି।

 

Nilagiri-rathayatra-in-late-night
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories