ସୁସ୍ଥ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି: କରୋନାରୁ ସୁସ୍ଥ ହେଲେ ନୀଳିଗିରି ବିଜେପି ବିଧାୟକ ସୁକାନ୍ତ ନାୟକ। ତାଙ୍କୁ କୋଭିଡ୍‌ ହସ୍‌ପିଟାଲୁର୍‌ ଡିସ୍‌ଚାର୍ଜ କରିଦିଆଯାଇଛି। ତେବେ ଘରକୁ ଫେରିବା ପରେ ନିୟମ ଅନୁସାରେ ଏବେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ସୂଚନା ମିଳିଛି।

ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଉପଜିଲ୍ଲାପାଳ, ତହସିଲ୍‌ ଓ ଏନ୍‌ଏସି ଅଫିସରେ ସାନିଟାଇଜ୍‌ କରାଯାଇଥିଲା। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌କୁ ନଆସିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା।

ଅନ୍ୟପକ୍ଷରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। ତେବେ ସୁକାନ୍ତଙ୍କ ସଂସ୍ପର୍ଶରେ ଆସି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନାରେ ସଂକ୍ରମିତ ହୋଇଥିଲେ।

କ୍ୱାରେଣ୍ଟାଇନ୍‌ରେ ରହିବାକୁ ପ୍ରଶାସନର ପରାମର୍ଶ ପରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ସେଥିରେ ସେ ନେଗେଟିଭ୍‌ ଆସିଥିଲେ।

You might also like