ଆଜି ନୀଳ କନ୍ଦରକୁ ବିଜେ କରିବେ ଶ୍ରୀଜିଉ

ପୁରୀ: ଆଜି ନୀଳ କନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ରଥ ଉପରୁ ରତ୍ନ ସିଂହାସନକୁ ପହଣ୍ଡି କରାଯାଇ ନିଆଯିବ।

ପରମ୍ପରା ଅନୁସାରେ, ମହାପ୍ରଭୁ କାଳିଆ ସାଆନ୍ତଙ୍କ ରତ୍ନବେଦୀକୁ ବାହୁଡ଼ିବା ବେଳେ ବାଟରେ ତାଙ୍କୁ ଅଭିମାନିନୀ ମା’ ଲକ୍ଷ୍ମୀ ଅଟକାଇବେ।  ତେବେ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସ୍ୱାଦିଷ୍ଟ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରାଇବେ।

ଗତକାଲି ରଥଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।

You might also like