ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିର ପ୍ରବେଶ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ଶ୍ରୀମନ୍ଦିର ପ୍ରବେଶ ସହ ଶ୍ରୀଗୁଣ୍ଡିଚା ଯାତ୍ରାର ସମାପନ ଘଟିଛି। ତିନିରଥ ଉପରେ ସଂଧ୍ୟା ଆଳତି ପରେ ପହଣ୍ଡି ବିଜେ କରି ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ୩ ଠାକୁର।

ପରମ୍ପରା ଅନୁଯାୟୀ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ସିଧାସଳଖ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିବା ବେଳେ ମହାପ୍ରଭୁ ଜଗନ୍ନାଥ ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ଅଟକାଇଥିଲେ ମା’ ଲକ୍ଷ୍ମୀ।

ରଥଯାତ୍ରାରେ ଦେବୀ ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନ କରି ମହାପ୍ରଭୁଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ ମା’ ଲକ୍ଷ୍ମୀ। ବଚନୀକା ମାଧ୍ୟମରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ।

ମହାପ୍ରଭୁ ଜଗନ୍ନାଥ ନୀଳାଦ୍ରି ବିଜେ ଅପୂର୍ବ ଦର୍ଶନ ଲାଭ କରିବାକୁ ଶାବର ଶ୍ରୀକ୍ଷେତ୍ରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

You might also like