ଶ୍ରୀମନ୍ଦିର ଉପରୁ ଉଡ଼ିଗଲା ନୀଳଚକ୍ର ବାନା

ପୁରୀ: ପୁରୀ ଶ୍ରୀମନ୍ଦିର ଉପରୁ ୫ ହାତ ଲମ୍ବର ନୀଳଚକ୍ର ବାନା ଉଡ଼ି ଯାଇଛି। ସାମୁଦ୍ରକି ଝଡ଼ ‘ଫୋନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ବାନା ଉଡ଼ିଯିବା ପରେ ଏବେ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବାନା ଉଡ଼ିଯିବା ଫଳରେ କୌଣସି ନୀତିକାନ୍ତିରେ ପ୍ରଭାବ ପଡ଼ିବନି ବୋଲି ସୂଚନା ମିଳିଛି। କାରଣ ନୀଳଚକ୍ରରେ ଅନ୍ୟ ବାନାକୁ ଗୁଡ଼ାଇ ରଖାଯାଇଛି।

ପୁରୀରେ ‘ଫୋନି’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍‌ ବ୍ୟବସ୍ଥା

You might also like